ବ୍ରାହ୍ମଣୀକଳାରେ ପୋଡ଼ିଗଲା ୬ ବଖରା

Advertisment

ଟଣରେ ଜଳିଗଲା ତିନିବଖରା

ଟଣରେ ଜଳିଗଲା ତିନିବଖରା

ଏକାମ୍ର କାନନ ଫାର୍ମରେ ନିଆଁ

image source-newsroom.gy

ହାଟଡିହି : ହାଟଡିହି ବ୍ଲକ୍‌ ଶାଳଣିଆଁ ପଞ୍ଚାୟତ ବ୍ରାହ୍ମଣୀକଳା ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗତକାଲି ରାତି ପ୍ରାୟ ୮ଟାବେଳେ ମୁରଲୀ ସାହୁଙ୍କ ଘରେ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୁରଲୀଙ୍କ ସମେତ ଗୌରାଙ୍ଗ ସାହୁଙ୍କ ମୋଟ ୬ ବଖରା ଘର ପୋଡ଼ିଯାଇଥିଲା। କେବଳ ପିନ୍ଧାଲୁଗା ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଘରୁ ଉଦ୍ଧାର ହୋଇପାରି ନଥିଲା। ଖବର ପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ସ୍ଥାନୀୟ ସରପଞ୍ଚ ଶ୍ରୀଧର ବେହେରା ଘଟଣାସ୍ଥଳକୁ ଯାଇ ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରିଥିଲେ। ମା' ତାରିଣୀ ସେବାସଂସ୍ଥା ପକ୍ଷରୁ ବିପନ୍ନଙ୍କୁ ଚୁଡ଼ା, ଚାଉଳ, ପୋଷାକ ପ୍ରଦାନ କରାଯାଇଛି। ସେହିପରି ସର୍ଭ ଫର୍‌ ପିପୁଲ ପକ୍ଷରୁ ଚାଉଳ ଓ ରାସନ ସାମଗ୍ରୀ ଏବଂ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଧ୍ୟ ଲୁଗାପଟା ଓ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି।

ଟଣରେ ଜଳିଗଲା ତିନିବଖରା
ଜଗମୋହନପୁର : ବାଂଶପାଳ ବ୍ଲକ୍‌ ଟଣ ଗ୍ରାମର ରୁଗୁଡ଼ିସାହିରେ ଗତକାଲି ଅପରାହ୍‌ଣରେ ଅଗ୍ନିକାଣ୍ଡ ଘଟି ଛାଲ ନାଏକଙ୍କ ତିନିବଖରା ଚାଳଘର ଜଳିଯାଇଛି। ଶ୍ରୀ ନାଏକଙ୍କ କହିବା ଅନୁସାରେ, ସେ ଗତକାଲି ଘରେ ନଥିଲେ। ଗାଈଗୋରୁ ନଡ଼ା ଖାଇ ଯାଉଥିବାରୁ ତାଙ୍କ ସ୍ତ୍ରୀ ମୁକ୍ତା ଓ ୫ ବର୍ଷର ପୁଅ ଗୋରୁଗୁଡ଼ିକୁ ଘଉଡ଼ାଇବା ପାଇଁ ଯାଇଥିଲେ। ଏହି ସମୟରେ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଖବର ପାଇ ‌ତେଲକୋଇ ଦମକଳ ବାହିନୀ ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକେ ନିଆଁ ଲିଭାଇ ସାରିଥିଲେ। ଅଗ୍ନିକାଣ୍ଡରେ ଘରେ ଥିବା ୧୦ ହଜାର ଟଙ୍କା, ଧାନଚାଉଳ, ଲୁଗାପଟା ଓ ଆସବାବପତ୍ର ପୋଡ଼ିଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋ‌କେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe