ପ୍ରଫେସର୍ ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ

ପ୍ରଫେସର୍ ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ

ଭୁବନେଶ୍ବର: ପ୍ରଫେସର୍ ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ଚାରିବର୍ଷର ଅବଧି ପାଇଁ ସେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ କିମ୍ବା ଏହା ପୂର୍ବରୁ ଯାହା ଆଦେଶ ଥିବ ସେ ପର୍ଯ୍ୟନ୍ତ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଗୀତାଞ୍ଜଳି ଦାଶଙ୍କର ୩୬ ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏଥିସହିତ ସେ ୧୨ ବର୍ଷ ଧରି ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ସେ ୫ଟି ପୁସ୍ତକ ରଚନା କରିଛନ୍ତି।  ଏହାଛଡ଼ା ସେ ସଫଳତାର ସହିତ ୪ ଜଣ ପିଏଚଡି ଏବଂ ୩୫ ଜଣ ଏମଫିଲ୍ ସ୍କଲାରଙ୍କୁ ମାର୍ଗଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe