ଢେଙ୍କାନାଳର ହିତାଧିକାରୀଙ୍କୁ ମହୁଚାଷ ତାଲିମ ଓ ଟୁଲ୍ କିଟ୍ ପ୍ରଦାନ

Advertisment
ଢେଙ୍କାନାଳର ହିତାଧିକାରୀଙ୍କୁ ମହୁଚାଷ ତାଲିମ ଓ ଟୁଲ୍ କିଟ୍ ପ୍ରଦାନ

Carolina Honeybees

ଭୁବନେଶ୍ବର : ହନି ମିସନ୍ କାର୍ଯ୍ୟକ୍ରମରେ ସିଏସ୍‌ଆଇଆର୍‌ - ଏନ୍‌ବିଆର୍‌ଆଇ ପକ୍ଷରୁ ରଜନୀଗନ୍ଧା, ଗେଣ୍ଡୁ ଓ ମଲ୍ଲୀ ଫୁଲ ଚାରା ପ୍ରଦାନ କରାଯାଉଛି ଏବଂ କେଭିଆଇସି ମହୁଫେଣା ସହିତ ମହୁମାଛି କଲୋନି, ଆଇରନ୍ ଷ୍ଟାଣ୍ଡ୍ ଓ ଟୁଲ୍‌କିଟ୍ ପ୍ରଦାନ କରୁଛି। ଏହି ଯୋଜନାରେ କେଭିଆଇସି ମହୁ ଚାଷ ପାଇଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ୬ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚ୍‌ଜି)ଙ୍କୁ ତାଲିମ ପ୍ରଦାନ କରିଛି।

ସୂଚନାଯୋଗ୍ୟ ୧୦୦ ମହୁଫେଣା ସହିତ ମହୁମାଛି କଲୋନି, ଆଇରନ୍ ଷ୍ଟାଣ୍ଡ୍ ଓ ୧୦ ସେଟ୍‌ ଟୁଲ୍‌କିଟ୍‌କୁ ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ମା’ ଜେନାଦେଇ ଏସ୍‌ଏଚ୍‌ଜିକୁ ପ୍ରଦାନ କରାଯାଇଛି। ଏହା ସହିତ ୨୦୦୦ ରଜନୀଗନ୍ଧା ଚାରା ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେଭିଆଇସିର ରାଜ୍ୟ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, ଉପନିର୍ଦ୍ଦେଶକ ବିଏନ୍ ପଣ୍ଡା, ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ଡ. ଚନ୍ଦ୍ରଶେଖର ମହାନ୍ତି, ଲକ୍ଷ୍ନୌର ପ୍ରମୁଖ ବୈଜ୍ଞାନିକ ଡ. ସୌମିତ୍ର କୁମାର ବେହେରା, ଢେଙ୍କାନାଳ ଉଦ୍ୟାନକୃଷି ଉପନିର୍ଦ୍ଦେଶକ ମିସ୍ ଗୀତାଶ୍ରୀ ପାଢ଼ୀ, ଢେଙ୍କାନାଳର ଓର୍‌ମାସ ଡେପୁଟି ସିଇଓ ନୀରଦ ଜେନା ଏବଂ ମହୁଚାଷର ମାଷ୍ଟର ଟ୍ରେନର ଚିତ୍ତରଞ୍ଜନ ପୁହାଣ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe