ଅନର୍‌ କିଲିଂ! ପ୍ରେମୀଯୁଗଳଙ୍କୁ ଗଳାକାଟି ଫିଙ୍ଗିଦେଲେ

Advertisment

ବଲାଙ୍ଗୀର ଜିଲ୍ଲାରେ ଅନର୍‌ କିଲିଂ!। ପ୍ରେମୀଯୁଗଳଙ୍କ ଗଳାକଟା ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ଉଭୟଙ୍କ ପରିଚୟ ମିଳିନାହିଁ। ପୁଇନ୍ତଳା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲ ଭିତରୁ ଗୁରୁବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ଶବ ଦେଖିବାକୁ ମିଳିଥିଲା।

ବଲାଙ୍ଗୀର ଜିଲ୍ଲାରେ ଅନର୍‌ କିଲିଂ!। ପ୍ରେମୀଯୁଗଳଙ୍କ ଗଳାକଟା ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ଉଭୟଙ୍କ ପରିଚୟ ମିଳିନାହିଁ। ପୁଇନ୍ତଳା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲ ଭିତରୁ ଗୁରୁବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ଶବ ଦେଖିବାକୁ ମିଳିଥିଲା।

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ବଲାଙ୍ଗୀର/ଦେଓଗାଁ: ବଲାଙ୍ଗୀର ଜିଲ୍ଲାରେ ଅନର୍‌ କିଲିଂ!। ପ୍ରେମୀଯୁଗଳଙ୍କ ଗଳାକଟା ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ଉଭୟଙ୍କ ପରିଚୟ ମିଳିନାହିଁ। ପୁଇନ୍ତଳା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲ ଭିତରୁ ଗୁରୁବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ଶବ ଦେଖିବାକୁ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତି ଦେଖିଲେ, ଉଭୟଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ସମ୍ଭବତଃ ବାହାରେ ହତ୍ୟା କରି ଏହି ନିଛାଟିଆ ଜଙ୍ଗଲୀ ରାସ୍ତାରେ ଶବ ଫୋପାଡ଼ି ଦିଆଯାଇଛି। ଘଟଣାସ୍ଥଳରେ ହତ୍ୟା କରାଯାଇଥିଲେ, ସେଠାରେ ରକ୍ତ ଚିହ୍ନ ଥାଆନ୍ତା। କିନ୍ତୁ ଏଭଳି ଦୃଶ୍ୟ ଘଟଣାସ୍ଥଳରେ ଦେଖିବାକୁ ମିଳିନାହିଁ। ପ୍ରାଥମିକ ତଦନ୍ତରୁ ମୃତକଦ୍ବୟ ପ୍ରେମୀଯୁଗଳ ବୋଲି ପୁଲିସ ସନ୍ଦେହ କରୁଛି।

ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରିଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଛି। ଗତରାତିରେ ଉଭୟଙ୍କୁ ହତ୍ୟା କରାଯାଇ ଏଠାରେ ଫୋପାଡ଼ି ଦିଆଯାଇଥିବା କିମ୍ବା ସେଠାରେ ହତ୍ୟା କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଦୁହିଁଙ୍କୁ  କିଏ ହତ୍ୟା କଲା, ହତ୍ୟାକାଣ୍ଡରେ କାହାର ସଂପୃକ୍ତି ଏବଂ କେଉଁ କାରଣରୁ ଘଟିଛି; ଏଭଳି ପ୍ରଶ୍ନର ଉତ୍ତର ଖୋଜିବା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଘଟଣାସ୍ଥଳରୁ ସାଇଣ୍ଟିଫିକ୍‌ ଟିମ୍‌କୁ କିଛି ସୁରାକ ମିଳିଛି। ତଦନ୍ତ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଏସ୍‌ପି ଶ୍ରୀ ଖିଲାରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe