ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କଲେ ସମ୍ମାନ: ୨ ଜଣଙ୍କୁ ସମ୍ମାନିତ କଲେ ଭଞ୍ଜନଗର ଆରଟିଓ

ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବେ ସରକାର। ଏ ନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

accident

କଟକ: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବେ ସରକାର। ଏ ନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରସିଂ ଥାନା ଘୋଗଡ଼ରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଦୁଇଜଣ ଯୁବକଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ସମ୍ମାନିତ କରିବା ସହିତ ଦୁଇ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିପାଇଁ ‘ଗୁଡ୍ ସମାରିଟାନ୍’ ବା ଉତ୍ତମ ସାହାଯ୍ୟକାରୀ ଭାବଗ୍ରାହୀ ମଲ୍ଲିକ ଓ ବସନ୍ତ ଜାନିଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପ୍ରଶଂସା କରାଯାଇଛି। ସେହିଭଳି ଗଞ୍ଜାମ ଏସ୍‌ପିଙ୍କ ପ୍ରସ୍ତାବ କ୍ରମେ ଉତ୍ତମ ସାହାଯ୍ୟକାରୀଙ୍କୁ ସମ୍ମାନିତ କରିବା ଲାଗି ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ଭଞ୍ଜନଗର ଆର୍‌ଟିଓଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି।

‘ଗୁଡ୍ ସମାରିଟାନ୍‌’ ଯୋଜନା କାର୍ଯ୍ୟକାରୀ ପାଇଁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ
୨ ଜଣଙ୍କୁ ସମ୍ମାନିତ କଲେ ଭଞ୍ଜନଗର ଆରଟିଓ

ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ମାନବିକତାକୁ ସମ୍ମାନ ଜଣାଇ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସାଙ୍ଗକୁ ଦୁଇ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଏ। ଏହାସହ ସାହାଯ୍ୟକାରୀ ମଧ୍ୟ ‘ଗୁଡ୍ ସାମାରିଟାନ୍‌’ ଅନୁଯାୟୀ କୌଣସି ଅନାବଶ୍ୟକ ମାମଲାରେ ଛନ୍ଦି ହୁଅନ୍ତି ନାହିଁ। ତେଣୁ ଭୟ ନ କରି ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ପିଢ଼ି ମଧ୍ୟରେ ଏହି ମାନବିକତା ଓ ସାହାଯ୍ୟ ମନୋବୃତ୍ତି ସୃଷ୍ଟି କରିବାକୁ ଏନ୍‌ସିସି କ୍ୟାଡେଟ୍ ଛାତ୍ରଛାତ୍ରୀଙ୍କୁ ‘ଜୁନିୟର୍‌ ରକ୍ଷକ’ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe