Hope for 4 villages in Odisha: ଓଡ଼ିଶାର ୪ ଗାଁକୁ ଭରସା ଆନ୍ଧ୍ର ରାସ୍ତା: ସୀମାନ୍ତରେ ଦୁର୍ବିସହ ଜୀବନ, ବର୍ଷା ଦିନେ ଜଳବନ୍ଦି

୭ବର୍ଷ ହେଲା ଝଞ୍ଜାବତୀ ନଦୀ ଉପରେ ଚାଲିଛି ପୋଲ ନିର୍ମାଣ। କେବଳ ପିଲର ଉଠାଇ ଠିକା ସଂସ୍ଥା କାମ ବନ୍ଦ କରି ଦେଇଥିବାରୁ ଦୁର୍ବିସହ ଜୀବନ ବିତାଉଛନ୍ତି ୪ ଗ୍ରାମବାସୀ। ବିକଳ୍ପ ଭାବେ ଆନ୍ଧ୍ର ରାସ୍ତାରେ ୧୫ କିମି ଦୂରରେ ଥିବା ପଞ୍ଚାୟତ ଏବଂ ୩୫ କିମି ଦୂରରେ ଥିବା ବ୍ଲକ କାର୍ଯ୍ୟାଳୟକୁ ଯାଉଛନ୍ତି।

adgdagdzccvv

କୋରାପୁଟ: ୭ବର୍ଷ ହେଲା ଝଞ୍ଜାବତୀ ନଦୀ ଉପରେ ଚାଲିଛି ପୋଲ ନିର୍ମାଣ। କେବଳ ପିଲର ଉଠାଇ ଠିକା ସଂସ୍ଥା କାମ ବନ୍ଦ କରି ଦେଇଥିବାରୁ ଦୁର୍ବିସହ ଜୀବନ ବିତାଉଛନ୍ତି ୪ ଗ୍ରାମବାସୀ। ବିକଳ୍ପ ଭାବେ ଆନ୍ଧ୍ର ରାସ୍ତାରେ ୧୫ କିମି ଦୂରରେ ଥିବା ପଞ୍ଚାୟତ ଏବଂ ୩୫ କିମି ଦୂରରେ ଥିବା ବ୍ଲକ କାର୍ଯ୍ୟାଳୟକୁ ଯାଉଛନ୍ତି। ଠିକା ସଂସ୍ଥା ଏନ୍‌ବିସିସି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ କୌଣସି ସୂଚନା ନଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉନି। ଫଳରେ ସୀମାନ୍ତରେ ଜଳବନ୍ଦି ଜୀବନ ବିତାଉଛନ୍ତି ବନ୍ଧୁଗାଁ ବ୍ଲକ୍‌ କାପୁଲୋଡା ପଞ୍ଚାୟତର ସାନବାଙ୍କିଡି, ଏଗୁ ଭତରାପଲ୍ଲୀ, ଚିକ୍ତିଲୋଭା ଓ ରେବତୀଗୁଡ଼ା ଗ୍ରାମବାସୀ। 

ସୀମାନ୍ତରେ ଦୁର୍ବିସହ ଜୀବନ, ବର୍ଷା ଦିନେ ଜଳବନ୍ଦି
୭ବର୍ଷ ବିତିଲା, ଝଞ୍ଜାବତୀରେ ସରୁନି ପୋଲ ନିର୍ମାଣ
ଟଙ୍କିକିଆ ଚାଉଳ ପାଇଁ ଚାଲୁଛନ୍ତି ୧୫ କିମି ରାସ୍ତା

ବନ୍ଧୁଗାଁ ବ୍ଲକର ଏମ୍ଫାୱାଲସା-ଏଗୁ ଭତରାପଲ୍ଲୀ ଗାଁ ମଧ୍ୟ ଦେଇ ବହି ଯାଇଛି ଝଞ୍ଜାବଦୀ ନଦୀ। ବର୍ଷ ତମାମ ନଦୀରେ ଜଳସ୍ରୋତ ରହୁଥିବାରୁ ୪ଖଣ୍ଡ ଗ୍ରାମର ୨୦୦ରୁ ଊର୍ଦ୍ଧ୍ବ ଲୋକ ଆନ୍ଧ୍ର ଦେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି। ଗ୍ରାମବାସୀଙ୍କ ଦାବି ପରେ ୨୦୧୮ରେ ନଦୀ ଉପରେ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର। ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଆହ୍ବାନ କରିବା ପରେ ଏନ‌୍‌ବିସିସି ଠିକା ସଂସ୍ଥା କାମ ହାତେଇଥିଲା। ହେଲେ ୭ ବର୍ଷ ମଧ୍ୟରେ ଠିକା ସଂସ୍ଥା କେବଳ ପିଲର ଉଠାଇ ଆଉ କିଛି କାମ କରିନି। ପୋଲ ଉଭୟ ପାର୍ଶ୍ବରେ ଥିବା ଆପ୍ରୋଚ୍‌ ରୋଡ୍‌ ମଧ୍ୟ ନିର୍ମାଣ ହୋଇନଥିବାରୁ ପାଣି କମିଲେ ମଧ୍ୟ ଲୋକେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳବନ୍ଦି ଜୀବନ ବିତାଉଥିବା ୪ ଖଣ୍ଡ ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ ସଦର ମହକୁମାକୁ ଯିବାକୁ ଆନ୍ଧ୍ରର ସନ୍ଦାଲିଙ୍ଗି ଦେଇ ୧୫ କିମି ଦୂର ଅତିକ୍ରମ କରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। ସେହିପରି ବ୍ଲକ ସଦର ମହକୁମା ଯିବା ପାଇଁ ୩୫ କିମି ଦୂରତା ଅତିକ୍ରମ କରିବାକୁ ପଡ଼ୁଛି। 

ଗର୍ଭବତୀ ଓ ରୋଗୀଙ୍କୁ ବନ୍ଧୁଗାଁ ସ୍ବାସ୍ଥ୍ୟକେନ୍ଦ୍ର ନେବା କଷ୍ଟକର ହୋଇ ପଡ଼ୁଛି। ବହୁ ଗର୍ଭବତୀ ଅସୁରକ୍ଷିତ ଭାବେ ଘରେ ହିଁ ପ୍ରସବ କରୁଛନ୍ତି। ଉଚ୍ଚଶିକ୍ଷାର କୌଣସି ସୁବିଧା ନଥିବାରୁ ଅଞ୍ଚଳର ଛାତ୍ରଛାତ୍ରୀ ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ଅଞ୍ଚଳବାସୀ ଆନ୍ଧ୍ର ଉପରେ ନିର୍ଭର। ପିଡିଏସ୍‌ ସାମଗ୍ରୀ ଓ ଭତ୍ତା ଆଣିବାକୁ ହିତାଧିକାରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ପୋଲ ନିର୍ମାଣ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଇଂ. ରଞ୍ଜିତ ବେହେରାଙ୍କୁ ପଚାରିବାରୁ ପୋଲ ନିର୍ମାଣ ଦାୟିତ୍ବ ନେଇଥିବା ଏନ୍‌ବିସିସି ଠିକା ସଂସ୍ଥା ବ୍ୟୟ ଅଟକଳ ନେଇ କୌଣସି ତଥ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦେଉନି। ବିଭାଗ ପକ୍ଷରୁ ନଦୀ ଅପରପାର୍ଶ୍ବ ଏବଂ ଏମ୍ଫାୱାଲସାରୁ ପିପଲପଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଥିବା ଯନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe