ଆଶା ଦେଲେ ଭରସା: ଗର୍ଭବତୀଙ୍କୁ ଖଟିଆରେ ବୋହି ନାଳ ପାରି କଲେ

Advertisment
ଆଶା ଦେଲେ ଭରସା: ଗର୍ଭବତୀଙ୍କୁ ଖଟିଆରେ ବୋହି ନାଳ ପାରି କଲେ

ଆନନ୍ଦପୁର: ଜନନୀ ଯନ୍ତ୍ରଣାର ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡାହି ଗ୍ରାମରେ। ଗାଁକୁ ରାସ୍ତା ଓ ନାଳ ଉପରେ ପୋଲ ନଥିବାରୁ ଜଣେ ଗର୍ଭବତୀଙ୍କୁ ଆଜି ଖଟିଆରେ ୪ କିଲୋମିଟର ବାଟ ବୋହି ନାଳ ପାର କରାଯାଇଛି। ବିଶେଷ କରି ଆଶାକର୍ମୀ ବନ୍ଦିତା ଚାତାର ଖଟିଆର ଗୋଟିଏ ପାର୍ଶ୍ବକୁ ଧରି ଗର୍ଭବତୀଙ୍କୁ ନାଳ ପାର କରାଇବା ଦୃଶ୍ୟ ଅନେକଙ୍କୁ ଆଚମ୍ବିତ କରିଛି।

ଆଜି ସକାଳେ ପଠାନଡାହି ଗ୍ରାମର ଡିବୁର ବିରୁଆଙ୍କ ପତ୍ନୀ ସବିତାଙ୍କ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ପ୍ରଥମେ ଆଶାକର୍ମୀ ବନ୍ଦିତା ଚାତାରଙ୍କୁ ଜଣାଇଥିଲେ। ବନ୍ଦିତା ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଆମ୍ବୁଲାନ୍ସ କୁମପଦା ଗ୍ରାମ ନିକଟରୁ ଆଗକୁ ଯାଇପାରି ନଥିଲା। ଆଶାକର୍ମୀ ବନ୍ଦିତା ସବିତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଶେଷରେ ତାହା ହିଁ ହେଲା। ସ୍ବାମୀ ଡିବୁର, ଗ୍ରାମର ନାଶି ହେମ୍ବ୍ରମ, ପ୍ରଧାନ ବିରୁଆ ଓ ନିଜେ ଆଶାକର୍ମୀ ବନ୍ଦିତା ମିଶି ସବିତାଙ୍କୁ ଏକ ଖଟିଆରେ ବୋହି ଚାରି କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ। କୁମପଦା ନିକଟରୁ ସବିତାଙ୍କୁ ଆମ୍ବୁଲାନ୍ସ ଯୋଗେ କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଥିବା ପରିବାର ପକ୍ଷରୁ କୁହାଯାଇଛି।

ଆଶାକର୍ମୀ ବନ୍ଦନା ଚାତାର କହିଛନ୍ତି, ଘଟଣା ସମ୍ପର୍କରେ ସେ ସକାଳେ ଖବର ପାଇଲେ। ପଠାନଡାହିରୁ ତାଙ୍କ ଘର ଅସନବାହାଳି ୪ କିମି ଦୂର। ଗ୍ରାମକୁ ରାସ୍ତା ନଥିବାରୁ ସେ ଚାଲିଚାଲି ଯାଇ ସେଠାରେ ପହଞ୍ଚିଥିଲେ। ଆମ୍ବୁଲାନ୍ସକୁ ଖବର ଦେବା ସହ ଗର୍ଭବତୀଙ୍କୁ ଖଟିଆ ବୋହି କୁମପଦା ଗ୍ରାମ ନିକଟକୁ ଆଣିଥିଲେ। ଏହି ଘଟଣା ନୂଆ ନୁହେଁ। ଆଗରୁ ଅନେକ ଥର ଏପରି ଗର୍ଭବତୀଙ୍କୁ ଖଟିଆରେ ବୋହି ଅଣାଯାଇଥିବା ବନ୍ଦନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe