ନୂଆ ସରକାର ପ୍ରତିଶୋଧ ପରାୟଣ ନହୋଇ ପ୍ରତିଶ୍ରୁତି ପାଳନ କରିବେ ବୋଲି ଆଶା: ଶଶୀଭୂଷଣ ବେହେରା

Advertisment
ନୂଆ ସରକାର ପ୍ରତିଶୋଧ ପରାୟଣ ନହୋଇ ପ୍ରତିଶ୍ରୁତି ପାଳନ କରିବେ ବୋଲି ଆଶା: ଶଶୀଭୂଷଣ ବେହେରା

ଭୁବନେଶ୍ୱର: ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ନେଇ ବିଜେଡ଼ିର ବରିଷ୍ଠ ନେତା ଶଶୀଭୂଷଣ ବେହେରା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଆଦିବାସୀ ଯୁବକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୁଁ ତାଙ୍କୁ ଶୁଭେଛା ଜଣାଉଛି ବୋଲି ସେ କହିଛନ୍ତି। ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟ ସକାରାତ୍ମକ ଦିଗକୁ ପ୍ରତିଫତିଳିତ କରୁଛି।

ଶ୍ରୀଜଗନ୍ନାଥ ସଂସ୍କୃତି ଅନନ୍ୟ। ଗୋଟିଏ ଦ୍ଵାର ହେଉ କି ଚାରି ଦ୍ଵାରରେ ହେଉ, ଶୃଙ୍ଖଳିତ ଦର୍ଶନକୁ ଜଗନ୍ନାଥ ପ୍ରେମୀ ଗ୍ରହଣ କରିବେ। ବିଜୟୀ ଦଳମାନେ ସାଧାରଣତଃ ପୂର୍ବତନ ଶାସକ ଦଳ ପ୍ରତି ଆକ୍ରୋଶ ମୂଳକ ମନୋଭାବ ରଖିଥାନ୍ତି। ବେଳେବେଳେ ‌ନୂଆ ସରକାର ପ୍ରତିଶୋଧ ପରାୟଣ ହୋଇଥାନ୍ତି। ଆଶା କରୁଛି ନୂଆ ସରକାର ପ୍ରତିଶୋଧ ପରାୟଣ ନହୋଇ ପ୍ରତିଶ୍ରୁତି ପାଳନ କରିବେ।

ପୂର୍ବ ସରକାରଙ୍କର ଜନକଲ୍ୟାଣ ଯୋଜନା ବନ୍ଦ ନ ହେଉ। ବିଜେପିକୁ ଚମକପ୍ରଦ ସଫଳତା ମିଳିଛି। ଏହା ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe