କକା ବଦଳରେ ଝିଆରୀଙ୍କୁ ଭରସା: ଲୁଲୁଙ୍କ ଝିଅ ଉପାସନାଙ୍କୁ ବିଜେପି ଟିକେଟ୍‌

କକା ବଦଳରେ ଝିଆରୀଙ୍କୁ ଭରସା: ଲୁଲୁଙ୍କ ଝିଅ ଉପାସନାଙ୍କୁ ବିଜେପି ଟିକେଟ୍‌

The New Indian Express

ପୁରୀ: ପୁରୀ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ବ୍ରହ୍ମଗିରି ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି। ଗତ ବିଧାନସଭା ନିର୍ବାଚନରେ ଦିବଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ଭାଇ ଲଳିତେନ୍ଦୁଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ସେ ବିଜେଡିର ହେଭିୱେଟ୍‌ ସଞ୍ଜୟ ଦାସବର୍ମାଙ୍କୁ ହରାଇ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ଏଥିସହିତ ବିଜେପି ମଧ୍ୟ ପ୍ରଥମଥର ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜୟର ସ୍ବାଦ ଚାଖିଥିଲା। ମାତ୍ର ଦଳ ଏଥର ଲଳିତେନ୍ଦୁଙ୍କ ବଦଳରେ ତାଙ୍କ ଝିଆରୀ ତଥା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ଉପରେ ଭରସା କରିଛି।

ଆଜି ବିଜେପି ଟିକେଟ୍‌ ଘୋଷଣା ହେବା ପରେ ଉପାସନା ବିଜେଡିର ଉମାକାନ୍ତ ସାମନ୍ତରାୟଙ୍କୁ ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇଛନ୍ତି। ତେବେ ଏପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏକଦା କଂଗ୍ରେସର ଗଡ଼ ଥିବା ବ୍ରହ୍ମଗିରିରେ କଂଗ୍ରେସ ଦଳର ମଙ୍ଗ କିଏ ଧରିବେ, ତାହା ଏବେ ବି ଅସ୍ପଷ୍ଟ ରହିଛି।ବିଧାନସଭା ଗଠନ ପରଠାରୁ କେତେବେଳେ କଂଗ୍ରେସ ତ କେତେବେଳେ ସ୍ବାଧୀନ ଅବା ବାମପନ୍ଥୀ ଦଳ, ପୁଣି କେତେବେଳେ ଜନତା ଦଳ, ଆଉ କେବେ ବିଜୁ ଜନତା ଦଳର ପ୍ରାର୍ଥୀ ଏଠାରୁ ବିଜୟୀ ହୋଇଛନ୍ତି। କିନ୍ତୁ ସର୍ବାଧିକ ଥର କଂଗ୍ରେସ ଏହି ଗଡ଼କୁ ନିଜ ଦଖଲରେ ରଖିଥିଲା। ଦିବଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ) ସର୍ବାଧିକ ଥର ଏଠାରୁ ବିଧାୟକ ହୋଇଛନ୍ତି। ତାଙ୍କ ବିୟୋଗ ପରେ କଂଗ୍ରେସ ଗଡ଼ ଧ୍ବସ୍ତବିଧ୍ବସ୍ତ ହୋଇଛି ଓ ଦଳ ତାର ସତ୍ତା ହରାଇଛି। କଂଗ୍ରେସ ବଦଳରେ ବିଜେପିର ଉତ୍‌ଥାନ ହୋଇଛି ଓ ବିଜେଡିକୁ ଟକ୍କର ଦେଉଛି ବିଜେପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe