ସୁନ୍ଦରଗଡ଼ ପୁଲିସର ମାନବୀୟ କାର୍ଯ୍ୟକ୍ରମ; ଅସହାୟ ବରିଷ୍ଠ ନାଗରିକଙ୍କ ମୁହଁରେ ଫୁଟିବ ହସ

Advertisment

୩ ସହରରୁ ୫ଶହ ବରିଷ୍ଠ ଚିହ୍ନଟ

୩ ସହରରୁ ୫ଶହ ବରିଷ୍ଠ ଚିହ୍ନଟ

ସୁନ୍ଦରଗଡ଼ ପୁଲିସର ମାନବୀୟ କାର୍ଯ୍ୟକ୍ରମ; ଅସହାୟ ବରିଷ୍ଠ ନାଗରିକଙ୍କ ମୁହଁରେ ଫୁଟିବ ହସ

ସୁନ୍ଦରଗଡ଼: ଅଲୋଡା, ଅସହାୟ ଅବସ୍ଥାରେ ଦିନ କାଟୁଥିବା ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବ ପୁଲିସ। ଦ୍ଵାର ମୁହଁକୁ ଯାଇ ସେମାନଙ୍କ ଦୁଃଖ ଵୁଝିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ। ଆବଶ୍ୟକସ୍ଥଳେ ପ୍ରତିଦିନ ରନ୍ଧା ଖାଦ୍ୟ ଘରେ ନେଇ ପହଞ୍ଚାଇବ। କରୋନା କାଳରେ ଏସପି ସାଗରିକା ନାଥଙ୍କ ତତ୍ତ୍ବାଵଧାନରେ ସୁନ୍ଦରଗଡ଼ ପୁଲିସ ଆରମ୍ଭ କରିଛି ଏହି ଅଭିନବ ମାନବୀୟ କାର୍ଯ୍ୟକ୍ରମ। ପ୍ରଥମ କରି ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ସୁନ୍ଦରଗଡ଼, ଵୀରମିତ୍ରପୁର, ରାଜଗାଙ୍ଗପୁର ପୌରାଞ୍ଚଳରେ ଏହି ଅଭିଯାନକୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ଆଜି ଏସପି ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସଵିଶେଷ ସୂଚନା ଦେଇଥିଲେ। ୩ ସହରରୁ ଏଥିପାଇଁ ୫ଶହ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ପୁଲିସ ପକ୍ଷରୁ ପ୍ରସ୍ତୁତ ଏକ ସ୍ଵତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯିବ। ଯେଉଁଠି ବରିଷ୍ଠ ନାଗରିକଙ୍କ ସଵିଶେଷ ଠିକଣା ସହ ପୁଲିସର ଯୋଗାଯୋଗ ମୋବାଇଲ ନମ୍ବର ରହିଛି। ବରିଷ୍ଠମାନେ କୌଣସି ସମୟରେ କୌଣସି ଅସୁଵିଧା ଵା ସମସ୍ୟାରେ ପଡିଲେ ତୁରନ୍ତ ଉକ୍ତ ନମ୍ବରରେ କଲ୍ ଅଥବା ହ୍ବାଟସ ଆପରେ ବାର୍ତ୍ତା ଦେଇ ସହଯୋଗ ଲୋଡିପାରିଵେ। ଏହି କାର୍ଯ୍ୟକ୍ରମରେ ପୁଲିସ ବରିଷ୍ଠ ନାଗରିକଙ୍କୁ ଖାଦ୍ୟ, ଔଷଧ ଓ ଆବଶ୍ୟକତା ଅନୁସାରେ ଅନ୍ୟ ସହାୟତା ଯୋଗାଇଵେ।

publive-image

କୌଣସିସ୍ଥିତିରେ ବରିଷ୍ଠ ନାଗରିକ ଵାହାରକୁ ବାହାରିବାର କଷ୍ଟ ଯେମିତି ନ ପାଆନ୍ତି, ସେଥିପ୍ରତି ପୁଲିସ ସ୍ବତନ୍ତ୍ର ଧ୍ୟାନ  ଦେଵେ। ପ୍ରତି ସପ୍ତାହରେ ଥରେ ପୁଲିସ ଘରକୁ ଯାଇ ସେମାନଙ୍କ ସୁଖଦୁଃଖ ବୁଝିବେ। ଏପରିକି କୌଣସି ଘଟଣାରେ ଏତଲା ଦେବାକୁ ଚାହିଲେ ଵରିଷ୍ଠ ହ୍ବାଟସଆପରେ ତାକୁ ପଠାଇପାରିଵେ। ଯାହାକୁ ପ୍ରାଥମିକ ସୂଚନା ତଥ୍ୟ  (ଏଫଆଇଆର) ଭାବେ ଗ୍ରହଣ କରାଯିବ ଵୋଲି ଏସପି କହିଥିଲେ। ଏହିକ୍ରମରେ ଆଜି ଉପଖଣ୍ଡ ପୁଲିସ ଅଧିକାରୀ ମଧସିକ୍ତା ମିଶ୍ର, ଟାଉନଥାନା ଅଧିକାରୀ ଵିଵତ୍ସ ପ୍ରଧାନ ପ୍ରମୁଖ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡାକୁ ଯାଇ ଜଣେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe