Advertisment

Horrible Accident: ଜୀବନକୁ କି ଅବା ଭରସା: କେଉଁଠି ଗଛରେ ପିଟିହେଲା ବାଇକ, କେଉଁଠି ପଛରୁ ପିଟିଲା ହାଇୱା... ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

Advertisment
New Project (3)

7 dead Photograph: (sambad.in)

ଭୁବନେଶ୍ବର: ସକାଳୁ ସକାଳୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଆଉ ଏହି ଦୁର୍ଘଟଣା ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କ ଜୀବନ ନେଇଛି । ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ପାଇଁ ୭ ଜଣଙ୍କ ଜୀବନ ଯାଇଛି । ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ। ନୟାଗଡ଼ ଜିଲ୍ଲା ବୋଦସାରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ୨ ଜଣ ହେଲେ ଭାପୁର ବ୍ଲକର ଧାନଚେଙ୍ଗଡା ପଞ୍ଚାୟତ ଅଧୀନ କଳଟାଙ୍ଗୀ ଗ୍ରାମର ମଦନ ଧଳଙ୍କ ପୁଅ ବୀର କିଶୋର ଧଳ ଓ ତାରେଶ୍ବର ବିଶ୍ବାଳଙ୍କ ପୁଅ ଶଙ୍କର ବିଶ୍ବାଳ ବୋଲି ସୂଚନା ମିଳିଛି। ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗ୍ରାମରୁ ବୋଦସା ଦେଇ କଳଟାଙ୍ଗୀ ଗ୍ରାମକୁ ଯାଉଥିଲେ। ତେବେ ବେପରୁଆ ବାଇକ ଚାଳନା ଯୋଗୁଁ ଭାରସ୍ୟାମ ହରାଇ ରାସ୍ତା ପାଖ ଗଛରେ ମାଡ଼ ହୋଇ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଉଭୟଙ୍କର ମୃ୍ତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଖବରପାଇ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢନ୍ତୁ- Chhendipada MLA: ବୁଲେଟକୁ ପଛରୁ ପିଟିଲା ବିଧାୟକଙ୍କ ଗାଡ଼ି: ଆହତଙ୍କୁ ନିଜ ଗାଡିରେ ମେଡ଼ିକାଲ ନେଇ ମାନବିକତା ଦେଖାଇଲେ ଅଗସ୍ତି

ସେହିପରି  ଘରେ ପଶିଗଲା ଟ୍ରକ। ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ କରମୂଳ ହାତିବାରୀ ଗ୍ରାମରେ ଘଟିଛି ଅଘଟଣ । ଗ୍ରାମର ଅସ୍ଥିର ତରାଇଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗୋଟେ ଅଠର ଚକିଆ ଟ୍ରକ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକଟରକୁ ଧକ୍କା ଦେବା ପରେ ନିକଟସ୍ଥ ଏକ କୋଠା ଘରେ ପଶି ଯାଇଥିଲା । ଘରର କାନ୍ଥ ଭାଙ୍ଗି ପଶିଯିବାରୁ ଘରେ ଶୋଇଥିବା ଅବସ୍ଥାରେ ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ- US gives India 30-day grace period: ରୁଷ୍‌ଠାରୁ ତୈଳ କ୍ରୟ ପାଇଁ ଭାରତକୁ ୩୦ ଦିନିଆ ଅନୁମତି ଦେଲା ଆମେରିକା

ସେପଟେ ପିପିଲିରେ କେନାଲକୁ ଖସିଲା କାର୍। ଦୁର୍ଘଟଣାରେ ୫ରୁ ଅଧିକ ଆହତ। ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥ ନିର୍ମଳା ଛକ ଠାରେ ଘଟିଛି କାର ଦୁର୍ଘଟଣା। କାରଟି ଦୃଘଟଣା ଗସ୍ତ ହୋଇ ଜାତୀୟ ରାଜପଥ ବ୍ରିଜ ତଳ କେନାଲକୁ ଖସି ପଡିଛି । ଦ୍ରୁତ ଗତିରେ ଭାରସାମ୍ୟ ହରାଇ ଆସି ଦୂର୍ଘଟଣା ହୋଇଥିବା ସୂଚନା। ସମସ୍ତେ ଏବେ ଭୁବନେଶ୍ୱର ହସ୍ପିଟାଲ ସ୍ଥାନାନ୍ତର ।

ଅନ୍ୟପଟେ ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଠାରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏକ ବାଇକରେ ୩ ଜଣ ଯୁବକ ଯାଉଥିବା ବେଳେ କୌଣସି ଏକ ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଏଥିରେ ୨ ଜଣଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ଅନ୍ୟ ଗୁରୁତର ଆହତକୁ ପିପିଲି ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ସିର୍ସାମାହାଠାରେ ଏକ ଦୁର୍ଘଟଣା ଘଟିଯାଇଛି। ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ମୃ୍ତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଦାରିଙ୍ଗବାଡି ବ୍ଲକ ତିଲୋରୀ ଶ୍ରୀରାମନଗର ସାହିର ଦୟା ନାୟକଙ୍କ ପୁଅ ନାନୁ ନାୟକ। ବିଳମ୍ବିତ ରାତିରେ ନାନୁ ବାଇକ ଯୋଗେ ଦାରିଙ୍ଗବାଡିରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ସିର୍ସାମାହା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଗାଡିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ନାନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ନିଶ୍ଚିତ କରିଛନ୍ତି। ଖବର ପାଇ ଦାରିଙ୍ଗବାଡି ଥାନା ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଶ୍ରୀରାମନଗର ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଖଲ୍ଲିକୋଟରୁ ଆସିଛି ବି ଦୁର୍ଘଟଣାର ଖବର । ୧୬ ନଂ ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟ ଗୁଡ଼ିଢିପ ନିକଟରେ ବାଇକ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଜଣକ ସାଙ୍ଗରେ ରମ୍ଭା ନିକଟରୁ ବାର୍‌ହା ମାଂସ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୂର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପଡ଼ିଛି ବଡ଼ ବଡ଼ ବାର୍‌ହା ମାଂସ ଖଣ୍ଡ। ଯୁବକ ଜଣକୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ପରେ ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣା ସ୍ଥଳରେ ଖଲ୍ଲିକୋଟ ପୁଲିସ ଓ ଏନଏଚଆଇ ପାଟ୍ରୋଲିଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଯୁବକ ଜଣକ କେଉଁଠୁ ବାର୍‌ହା ମାଂସ ଆଣିଲେ ଓ କେଉଁଠିକୁ ନେଇ ଯାଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।

ସେପଟେ ନୀଳଗିରିରେ ଓଲଟିଲା ପଥର ବୋଝେଇ ଟିପ୍ପର। ଦୁର୍ଘଟଣାରେ ଚାଳକ ଗୁରୁତର। ନୀଳଗିରି ଥାନା ଅଧୀନ କେନ୍ଦୁଖୁଣ୍ଟା ଛକ ନିକଟରେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଭୋର ପ୍ରାୟ ୪ଟା ସମୟରେ ବେଆଇନ ଭାବରେ ପଥର ଚୋରା ଚାଲଣ କରୁଥିବା କାରଣରୁ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିଲା। ଫଳରେ ଭାରସାମ୍ୟ ହରାଇ ଟିପ୍ପରଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା। ଗାଡି ଚାଳକ ଜଣକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲକୁ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe