ଭୟଙ୍କର ବିସ୍ଫୋରଣ, ଛାତିଥରା ଦୃଶ୍ୟ: ଖଣ୍ଡ ଖଣ୍ଡ ହୋଇଗଲା ଦମ୍ପତିଙ୍କ ଶରୀର

ଜଗତସିଂହପୁର ବଡ଼ବାଗରେ ଗତକାଲି ରାତିରେ ଘଟିଥିବା ପ୍ରଚଣ୍ଡ ବିସ୍ଫୋରଣର ଛାତିଥରା ଦୃଶ୍ୟ  ସାମନାକୁ ଆସିଛି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ମୃତ ଦମ୍ପତିଙ୍କ ଶରୀର ଖଣ୍ଡଖଣ୍ଡ ହୋଇ ଏଣେତେଣେ ଛିଟ୍‌କି ପଡ଼ିଥିଲା।

hffhfs

ଜଗତସିଂହପୁର: ଜଗତସିଂହପୁର ବଡ଼ବାଗରେ ଗତକାଲି ରାତିରେ ଘଟିଥିବା ପ୍ରଚଣ୍ଡ ବିସ୍ଫୋରଣର ଛାତିଥରା ଦୃଶ୍ୟ  ସାମନାକୁ ଆସିଛି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ମୃତ ଦମ୍ପତିଙ୍କ ଶରୀର ଖଣ୍ଡଖଣ୍ଡ ହୋଇ ଏଣେତେଣେ ଛିଟ୍‌କି ପଡ଼ିଥିଲା। ଶରୀରର ଅଙ୍ଗପ୍ରତ୍ୟଙ୍ଗ ଘର ଠାରୁ ପ୍ରାୟ ୨୦ରୁ ୩୦ ମିଟର ଦୂରରେ ପଡ଼ିଥିଲା। ପିନ୍ଧିଥିବା ପୋଷାକ ଉଡ଼ି ଗଛରେ ଲାଗିଥିଲା। ଆଜି ସକାଳୁ ପ୍ରାୟ ୫ ଘଣ୍ଟା ଧରି ମୃତଦେହର ଛୋଟ ଛୋଟ ଅଂଶକୁ ସଂଗ୍ରହ କରାଯାଇଥିଲା। ଏମିତି ଭୟଙ୍କର ବିସ୍ଫୋରଣକୁ ନେଇ ଜଗତସିଂହପୁର ସହରବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଆଜି ସକାଳୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଘଟଣାସ୍ଥଳରୁ ମୃତକଙ୍କ ରକ୍ତ ନମୁନା, ଶରୀରରୁ ବାହାରି ଯାଇଥିବା ମାଂସ ଟୁକୁରା, ପୋଡ଼ା ବାଣ, ପୋଡ଼ା ବାରୁଦ, ପୋଷାକର ନମୁନା ସଂଗ୍ରହ କରିଛନ୍ତି। ସେହି ନମୁନାକୁ ପରୀକ୍ଷା ପାଇଁ ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

 ଖଣ୍ଡ ଖଣ୍ଡ ହୋଇଗଲା ଦମ୍ପତିଙ୍କ ଶରୀର; ଅଙ୍ଗପ୍ରତ୍ୟଙ୍ଗ ଖୋଜିବାକୁ ଲାଗିଗଲା ୫ ଘଣ୍ଟା
ସାଇଣ୍ଟିଫିକ୍ ଟିମ୍‌ର ଯାଞ୍ଚ; ପୋଡ଼ା ବାଣ, ଶରୀରର ପୋଡ଼ା ଅଂଶ, ରକ୍ତ, ବାରୁଦ ସଂଗ୍ରହ

ପ୍ରାଥମିକ ତଦନ୍ତରୁ ବାଣ ବିସ୍ଫୋରଣରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି। ପୁଲିସ କେସ୍ ନଂ-୩/୨୪ରେ ନିଜଆଡ଼ୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତ ଦମ୍ପତି ରାଜେଶ ଦାସ ଓ ତାଙ୍କ ପତ୍ନୀ ସୁଚିସ୍ମିତା ଦାସଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁ ଶ୍ମଶାନରେ ଶେଷକୃତ୍ୟ କରା ଯାଇଥିବା ବେଳେ ପୂରା ବଡ଼ବାଗରେ ଶୋକର ଛାୟା ଖେଳିଯାଇଛି। ସେହିପରି ଗୁରୁତର ଆହତ ହୋଇଥିବା ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା କଟକ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ପରେଶଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଲକ୍ଷ୍ମୀପ୍ରିୟାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଜଣାପଡ଼ିଛି। ସେମାନେ କିନ୍ତୁ ବିପଦମୁକ୍ତ ଥିବା ଜଣାପଡ଼ିଛି।

କଟକରୁ ଆସିଥିବା ଓଡ୍ରାଫ୍ ଟିମ୍ ଆଜି ଛାତକୁ ସମ୍ପୂର୍ଣ୍ଣ ଭାଙ୍ଗିଛନ୍ତି। ଏହା ପରେ ପୁଲିସ ପକ୍ଷରୁ ପୁଣି ଥରେ ସରଜମିନ୍ ଯାଞ୍ଚ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଜଗତସିଂହପୁର ଥାନା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ, ଏସ୍‌ଡିପିଓ ରଶ୍ମି ରଞ୍ଜନ ସାହୁ, ଅତିରିକ୍ତ ଏସ୍‌ପି ଉମେଶ ପଣ୍ଡା ତଦନ୍ତ କରିଛନ୍ତି। ବିସ୍ଫୋରଣସ୍ଥଳରେ ଜଳି ଯାଇଥିବା ପୁଳାପୁଳା ବାଣ ପଡ଼ିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ସହରରେ ପୂର୍ବରୁ ଏଭଳି ଘଟଣା କେବେ ଘଟି ନ ଥିବା କୁହାଯାଉଛି। ଆଜି ମଧ୍ୟ ବିସ୍ଫୋରଣର ଭୟାବହତା ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe