ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୭ ବୋଟ୍

Advertisment

ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ଟି ବୋଟ୍ ଜଳିଯାଇଛି। ସେପଟେ ଗ୍ୟାସ୍ ଟାଙ୍କି ବିସ୍ଫୋରଣରେ ସମଗ୍ର ଅଞ୍ଚଳ ଥରି ଉଠିଛି। ନିଆଁ ଲିଭାଇବା ପାଇଁ ୧୩ଟି ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଥିବା ବେଳେ ଅଧିକ ଗାଡ଼ି କଟକରୁ ମଗାଯାଇଛି।

ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ଟି ବୋଟ୍ ଜଳିଯାଇଛି। ସେପଟେ ଗ୍ୟାସ୍ ଟାଙ୍କି ବିସ୍ଫୋରଣରେ ସମଗ୍ର ଅଞ୍ଚଳ ଥରି ଉଠିଛି। ନିଆଁ ଲିଭାଇବା ପାଇଁ ୧୩ଟି ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଥିବା ବେଳେ ଅଧିକ ଗାଡ଼ି କଟକରୁ ମଗାଯାଇଛି।

ddggdvcff

ଜଗତସିଂହପୁର: ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ଟି ବୋଟ୍ ଜଳିଯାଇଛି। ସେପଟେ ଗ୍ୟାସ୍ ଟାଙ୍କି ବିସ୍ଫୋରଣରେ ସମଗ୍ର ଅଞ୍ଚଳ ଥରି ଉଠିଛି। ନିଆଁ ଲିଭାଇବା ପାଇଁ ୧୩ଟି ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଥିବା ବେଳେ ଅଧିକ ଗାଡ଼ି କଟକରୁ ମଗାଯାଇଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ସେପଟେ ନିଆଁ ଲିଭାଇଲା ବେଳେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଅଠରବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବନ୍ଦର ଜେଟିରେ ଥିବା ବୋଟ୍‌ରେ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ଜଳିବାକୁ ଲାଗିଛି। ଗୋଟିଏ ବୋଟ୍‌ରୁ ନିଆଁ ଲାଗିବା ପରେ ଅନ୍ୟ ବୋଟ୍‌କୁ ବ୍ୟାପି ଚାଲିଛି। ନିଆଁର ପ୍ରକୋପ ଏତେ ଜୋର ଅଛି ଯେ, ପ୍ରାୟ ତିନି କିଲୋମିଟର ଦୂରକୁ ଜଳିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଅଗ୍ନିଶମ ବାହିନୀର ୧୩ଟି ଟିମ୍‌ ମୁକାବିଲାରେ ଲାଗିଥିବା ବେଳେ ନିଆଁ ଅଣାୟତ୍ତ ହେବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ମେରାଇନ୍, ପାରାଦୀପ, ଲକ୍, ଜଟାଧାର ମୁହାଣ ଓ ଅଭୟଚାନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବୋଟ୍‌ରେ ରୋଷେଇ ଚାଲୁଥିବା ସମୟରେ ଗ୍ୟାସ୍‌ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସବୁ ବୋଟ୍‌ରେ ଡିଜେଲ୍‌ ଓ ଗ୍ୟାସ୍‌ ଟାଙ୍କି ଥିବାରୁ ଅଧିକ ମାତ୍ରାରେ ଜଳିବାକୁ ଲାଗିଛି। ରୋଷେଇ ପାଇଁ ଗ୍ୟାସ୍‌, କାଠ, ଫାଇବର, ଜାଲ ଭଳି ସାମଗ୍ରୀ ଥିବାରୁ ନିଆଁ ଜୋରରେ ଜଳୁଛି। ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଗ୍ୟାସ୍‌ଟାଙ୍କି ମଧ୍ୟ ଫାଟିଛି। 

ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ଅଞ୍ଚଳ
ରୋଷେଇ ବେଳେ ନିଆଁ ଲାଗିଥିବା ସନ୍ଦେହ
ନିଆଁଲିଭାରେ ୧୩ ଅଗ୍ନିଶମ ଟିମ୍ ନିୟୋଜିତ

ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୭ଟାରେ ୧ ନମ୍ବର ଜେଟିରେ ଥିବା ପିତାମାତାଙ୍କ ଆଶୀର୍ବାଦ ନାମକ ବୋଟ୍‌ରେ ନିଆଁ ଲାଗିଥିଲା। ସେହି ବୋଟ୍‌ରେ ଥିବା ମତ୍ସ୍ୟଜୀବୀ ବାହାରକୁ ଚାଲି ଆସିଥିଲେ। କିନ୍ତୁ ଡିଜେଲ୍‌ ବ୍ୟାରେଲ୍‌ ଥିବାରୁ ନିଆଁ ମାଡ଼ିଯାଇଥିଲା। ବୋଟ୍‌ରେ ଫାଇବର, ଜାଲ, ଥର୍ମୋକୁଲ୍, ପୋଷାକ, ବିଛଣା ଓ ଦହନ ପଦାର୍ଥ ଥିବାରୁ ନିଆଁ ଜୋରରେ ଜଳିବାକୁ ଲାଗିଥିଲା। ଡିଜେଲ ଗୋଟିଏ ବୋଟ୍‌ରୁ ଅନ୍ୟ ବୋଟ୍‌କୁ ଛିଟିକିବାରୁ ତୀବ୍ର ବେଗରେ ନିଆଁ ବ୍ୟାପି ଥିଲା। ବୋଟ୍‌ ଜଳିବାରୁ ମତ୍ସ୍ୟଜୀବୀଙ୍କ ରୋଷେଇ ପାଇଁ ରହିଥିବା ଗ୍ୟାସ ସିଲିଣ୍ଡର ତାତିବା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହା ମଧ୍ୟ ଗୋଟିଏ ବୋଟରୁ ଅନ୍ୟ ବୋଟକୁ ନିଆଁ ବ୍ୟାପିବାରେ ସହାୟକ ହୋଇଥିଲା। ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚିଥିଲା। ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ଦୁଇଟି ଗାଡ଼ି ଯଥେଷ୍ଟ ହୋଇ ନ ଥିଲା। ପାରାଦୀପରେ ଥିବା ସମସ୍ତ ଶିଳ୍ପର ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ। ପ୍ରାୟ ୧୩ଟି ନିଆଁଲିଭା ଗାଡ଼ି ଏକା ସାଙ୍ଗରେ ଅପରେସନ୍ ଆରମ୍ଭ କରିଥିଲେ।  ଅଗ୍ନିଶମ ବାହିନୀ ପକ୍ଷରୁ ଫୋମ୍ ମିଶା ପାଣି ସ୍ପ୍ରେ କରାଯାଇଥିଲା। ସେହିପରି ଅଧିକ ନିଆଁ ଲିଭା ଗାଡ଼ି ସହ ଓଡ୍ରାଫ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇପାରି ନାହିଁ। 
ଉଲ୍ଲେଖଯୋଗ୍ୟ, ମାଛଧରା ବନ୍ଦରରେ ପ୍ରାୟ ୬୫୦ ବଡ଼ ବୋଟ୍ ଓ ୪୦୦ ଟାପା(ଡଙ୍ଗା) ରହିଛି। ବୋଟ୍‌ଗୁଡ଼ିକ ଗଭୀର ସମୁଦ୍ରକୁ ଦିନ ଦିନ ଧରି ମାଛ ଧରିବାକୁ ଯାଉଥିବାରୁ ସେମାନଙ୍କ ପାଖରେ ୫ ଶହ ଲିଟରରୁ ୩୦୦୦ ଲିଟର ପର୍ଯ୍ୟନ୍ତ ଡିଜେଲ୍‌ ଗଚ୍ଛିତ ରହିଥାଏ। ବୋଟ୍‌ରେ ଜାଲ, ରୋଷେଇ ପାଇଁ ଆବଶ୍ୟକ ଗ୍ୟାସ୍‌ ସିଲିଣ୍ଡର ମଧ୍ୟ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe