ଗଡ଼ପୋଷ: ସମ୍ବଲପୁରଜିଲ୍ଲା ବାମରା ବ୍ଲକ ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ଆଜି ସକାଳ ୬ ଘଣ୍ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର  କ୍ଷତି ହୋଇଥିବା ଅନୁମାନ କରା ଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Advertisment

ଅଧିକପଢ଼ନ୍ତୁ:ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ଛଅ ଟା ସମୟରେ କର୍ମଚାରୀ ମୋଟର ଚାଲୁ କରିବାକୁ ଯାଇଥିଲେ। ମାତ୍ର ତାହା ଚାଲି ୧୦ ମିନିଟ ଭିତରେ ବନ୍ଦ ହୋଇ ଯାଇଥିଲା, ପରେ ଚାଲୁ କରିବାରୁ ଆଉ ଚାଲି ନ ଥିଲା । ତେଣୁ ସେ ଭିତରକୁ ଦେଖିବାକୁ ଗଲା ବେଳକୁ ସେଠାରେ ଧୂଆଁ ବାହାରୁଥିଲା। କର୍ମଚାରୀଙ୍କ ଠାରୁ ସୂଚନା ପାଇ ଶୀତଳ ଭଣ୍ଡାର ମାଲିକ ଅନୁଭବ ଲାଠ  ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତେବେ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଓ କିରମିରା ଅଗ୍ନିଶମ ବିଭାଗକୁ ମଧ୍ୟ ନିୟୋଜିତ କରାଯାଇଥିଲା।

ଭରପୁର ମାତ୍ରାରେ ଥିବା ମହୁଲ, ଶୁଖିଲା ଲଙ୍କା ଓ ଆମ୍ବ ଚକଡା଼ ସବୁ କିଛି ହୋଇଗଲା ନଷ୍ଟ

ପ୍ରାୟ ଛ' ଟି ଦମକଳ ଗାଡ଼ି ଏହି ନିୟୋଜିତ ହୋଇଛନ୍ତି। ଗୋଦାମରେ ଭରପୁର ମାତ୍ରାରେ ମହୁଲ, ଶୁଖିଲା ଲଙ୍କା,ଓ ଆମ୍ବ ଚକଡା଼ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା। ତେବେ ସେ ସବୁ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଶୀତଳ ଭଣ୍ଡାର ମଧ୍ୟ ସମ୍ପୂର୍ଣ ପୋଡ଼ି ଯାଇଛି। ଏହି ଅଗ୍ନିକାଣ୍ଡରେ ୧୫ କୋଟିରୁ ଉର୍ଦ୍ଧ୍ବ କ୍ଷତି ହୋଇଥିବା ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ମାତ୍ର ଶତକଡା  ୫୦ ଭାଗ ନିଆଁ ଆୟତ୍ତ ହୋଇଛି। ପାଖରେ ପାଣି ନ ଥିବାରୁ ଦମକଳ ବାହିନୀ ଙ୍କୁ ଦୂରରୁ ପାଣି ସଂଯୋଗ କରି ନିଆଁ ଲିଭା କାମ ଜାରି ରଖିଛନ୍ତି| ପ୍ରାରମ୍ଭରେ ମହୁମାଛି ଆକ୍ରମଣ ଯୋଗୁଁ ନିଆଁଳିଭାରେ ବାଧା ସୃଷ୍ଟି ହୋଇଥିଲା।

ଅଧିକପଢ଼ନ୍ତୁ:ବେଳାଭୂମିରେ ଶତାଧିକ ମୃତ ଅଲିଭରିଡ଼ଲେ କଇଁଛ