ଯୋଡ଼ାକୁ ଘୋଡ଼ା ସରି ନୁହେଁ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଥିବାରୁ ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି....

horse is not equal to two person: Chief Minister

horse is not equal to two person: Chief Minister Photograph: (sambad.in)

ଭୁବନେଶ୍ବର: ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଥିବାରୁ ମନମୋହନ ସାମଲଙ୍କୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ମନମୋହନଙ୍କ ଦୃଢ଼ ନେତୃତ୍ୱ, ବିଚକ୍ଷଣ ସାଙ୍ଗଠନିକ ଦକ୍ଷତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ପ୍ରତି ଅପାର ସମର୍ପଣ ଓଡ଼ିଶାରେ ବିଜେପିକୁ ଏକ ନୂତନ ପରିଚୟ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗାମୀ ସମୟରେ ମନମୋହନଙ୍କ ନେତୃତ୍ୱରେ ବିଜେପିର ସଙ୍ଗଠନ ଆହୁରି ଶକ୍ତିଶାଳୀ ହେବା ସହ ଓଡ଼ିଶାର ମଙ୍ଗଳମୟ ଭବିଷ୍ୟତ ପାଇଁ ପ୍ରେରଣାଦାୟୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଡ଼ାକୁ ଘୋଡ଼‌ା ସରି ନୁହେଁ। ମନମୋହନ ସାମଲ ଚତୁର୍ଥ ଥର ସଭାପତି ହୋଇଛନ୍ତି। ସେହିପରି ମୋହନ ମାଝୀ ଚତୁର୍ଥ ଥର ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ।

କେନ୍ଦ୍ରର ୧୧ ରାଜ୍ୟର ୧ ମିଶି ୧୨ କିନ୍ତୁ ଏହା ଆଗକୁ ୧୧୧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ବିଜେପି ଦଳରେ ପରିବାର ବାଦ ନାହିଁ। ଏହା କାର୍ଯ୍ୟକର୍ତ୍ତଙ୍କ ଦଳ।| ପୋଷ୍ଟର ମାରୁଥିବା କାର୍ଯ୍ୟକର୍ତ୍ତା ଦଳର ଶୀର୍ଷ ନେତୃତ୍ୱକୁ ଯାଇପାରିବେ। କେନ୍ଦୁଝର ରାଇକେଲାରୁ ଆସିଥିବା ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ମୋତେ ମୁଖ୍ୟମନ୍ତ୍ରୀ ଆସନାରେ ଦଳ ବସେଇଛି। ବିଜେପି ଦଳ ଲୋକମାନଙ୍କ ପାଇଁ ଲାକମାନଙ୍କ ଦ୍ୱାରା ଏକ ଦଳ।

ଅଧିକ ପଢ଼ନ୍ତୁ: ଆଇଟିଆରର ଗୁପ୍ତ ତଥ୍ୟ ଲିକ୍ ମାମଲା: ହାଇକୋର୍ଟରୁ ଅଭିଯୁକ୍ତକୁ ଜାମିନ

କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ତପସ୍ୟା ପାଇଁ ଲୋକ ସେବା ଭବନରେ ଏବେ ପଦ୍ମ ଫୁଟି ପାରିଛି। ମନମୋହନ ଭାଇଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଜେପି ପାଇଁ ଯେବେଠୁ ସେ କାମ କରିଛନ୍ତି ସବୁବେଳେ ଶୁଭ ସଂକେତ ଆସିଛି। ତାଙ୍କ ସଭାପତିତ୍ବ ବେଳେ ଦଳ ସରକାରକୁ ଆସିଛି। ୨୦୦୪ରେ ମେଣ୍ଟ ସରକାରରେ ହୋଇଥିଲା। ପୁଣି ୨୦୨୪ରେ ବିଜେପି ଓଡିଶା ଲୋକଙ୍କ ଭରସା ଜିତିଛି।

୯୦ ଦଶକରେ ବିରୋଧୀ ଦଳ କହୁଥିଲେ ବିଜେପି ସାଇନ ବୋର୍ଡ ପାର୍ଟି । କିନ୍ତୁ ବିଜେପି ଆଜି ଏକାକୀ ସରକାର କରିଛି। ଆମେ ନିର୍ବାଚନ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ଆମ ନେତୃତ୍ୱର ସଫଳତାକୁ ମୋହର ମାରିଛନ୍ତି । ବିଦେଶ ପୁଞ୍ଜି ନିବେଶରେ ଓଡିଶା ରେକର୍ଡ କରିଛି।  

ମନମୋହନଙ୍କ ନେତୃତ୍ୱରେ ବିଜେପି ଆଗକୁ ବଢ଼ିଛି। ଅସମ୍ଭବକୁ ସମ୍ଭବ କରିବା ମନମୋହନଙ୍କ ନେତୃତ୍ୱରେ ହୋଇଛି। ଏବିଭିପିରୁ କାମ କରି ବିଧାୟକ, ମନ୍ତ୍ରୀ, ସାଂସଦ ପରେ ସେ ଚତୁର୍ଥ ଥର ସଭାପତି ହୋଇ ଇତିହାସ ରଚିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଆଲୋଚନା ମାଧ୍ୟମରେ ସମାଧାନର ବାଟ ଫିଟିବ: ପରିବହନ ମନ୍ତ୍ରୀ

 CM Mohan Charan Majhi | Manmohan Samal | BJP 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe