୧୦ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ଉଦ୍ୟାନ ବିଭାଗ ଓଭରସିଅର୍‌

Advertisment
୧୦ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ଉଦ୍ୟାନ ବିଭାଗ ଓଭରସିଅର୍‌

ଦାରିଙ୍ଗବାଡ଼ି : ୧୦ ହଜାର ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗ ଓଭରସିଅର୍‌ ବଟକୃଷ୍ଣ କଟା। ଏ ନେଇ ତାଙ୍କ ନାମରେ କେସ୍‌ ନମ୍ବର ୧/୨୧ରେ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ କରା ଯାଉଥିବା ଡିଏସ୍‌ପି ରବିକାନ୍ତ ସୁନା ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ ଉଦ୍ୟାନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ି ବ୍ଳକ୍‌ ଶ୍ୟାଙ୍ଗବାଲି ଗ୍ରାମର ପୁରେ ପ୍ରଧାନଙ୍କ ନାମରେ ୫ ଲକ୍ଷ ୩୨,୩୫୦ ଟଙ୍କା ସହାୟତାରେ ଏକ ଆମ୍ବ ବଗିଚା ପାଇଁ ସରକାରୀ ଅର୍ଥ ମଞ୍ଜୁର ହୋଇଥିଲା। ଆବେଦନକାରୀ ପୁରେ ନିଜ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରାଥମିକ ପର୍ଯ୍ୟାୟ କାମ ସରିବା ପରେ ମଞ୍ଜୁର ହୋଇଥିବା ଅର୍ଥ ପାଇବା ପାଇଁ ସେ ଉଦ୍ୟାନ ବିଭାଗ ଓଭରସିଅର୍‌ଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଏହି ମଞ୍ଜୁର ଟଙ୍କା ମଞ୍ଜୁର କରାଇବା ପାଇଁ ଓଭରସିଅର୍‌ ବଟକୃଷ୍ଣ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୁରେ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ସେ ରାଜି ହୋଇ ନଥିଲେ। ଶେଷରେ ବାଧ୍ୟ ହୋଇ ପୁରେ ଭିଜିଲାନ୍ସର ସହଯୋଗ ଲୋଡ଼ିଥିଲେ। ଯୋଜନା ମୁତାବକ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଓଭରସିଅର୍‌ ଧରା ପଡ଼ି ଯାଇଥିଲେ। ଡିଏସ୍‌ପି ରବିକାନ୍ତ ସୁନା ଓ ଇନ୍ସପେକ୍ଟର ଫୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ବେଳେ ଏଏସ୍‌ଆଇ ନରେନ୍ଦ୍ର ନାୟକ, ଦିଲ୍ଲୀପ ପ୍ରଧାନ, ମନୋଜ ନାୟକ ଓ ଶାନ୍ତନୁ କୁମାର ବେହେରା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe