ଅବ୍ୟବସ୍ଥାରେ ଚନ୍ଦାହାଣ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ଡାକ୍ତରଙ୍କ କାମ କରୁଛନ୍ତି ପିଅନ

ଅବ୍ୟବସ୍ଥାରେ ଚନ୍ଦାହାଣ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ଡାକ୍ତରଙ୍କ କାମ କରୁଛନ୍ତି ପିଅନ

ଚନ୍ଦାହାଣ୍ତି : ନବରଙ୍ଗପୁର ଜିଲ୍ଲା ଉପାନ୍ତ ଚନ୍ଦାହାଣ୍ତି ବ୍ଲକରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏଠାରେ ଡାକ୍ତରଙ୍କ କାମ କରୁଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ। ଦୁର୍ଘଟଣାରେ ଆହତଙ୍କୁ ଜାଇଲୋକିନ ଇ˚ଜେକସନ ଦେବା ସହ ଷ୍ଟିଚିଂ ମଧୢ କରୁଛନ୍ତି।

publive-imageପ୍ରକାଶ ଥାଉକି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଚନ୍ଦାହାଣ୍ତି ବ୍ଲକ ମହକୁମାର କିଛି ଛାତ୍ରୀ ତାଙ୍କ ସାଙ୍ଗସାଥୀ ଓ କିଛି ଶିଶୁ ନିକଟସ୍ଥ ରୁଷିଝରନରୁ ପିକନିକ୍‌ ସାରି ଏକ ଅଟୋରେ ଫେରୁଥିବା ବେଳେ ଡଙ୍ଗରୀଗୁଡା ଠାରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗୁରୁତର ଆହତ ସୁଚିସ୍ମିତା ବେଶ୍ରାଙ୍କୁ ୧୦୮ ଯୋଗେ ଚନ୍ଦାହାଣ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହିଥିଲେହେଁ ଡ୍ରେସି˚ ରୁମରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆହତଙ୍କୁ ଜାଇଲୋକିନ ଦେବା ସହ ଅତି ଅମାନବୀୟ ଭାବେ ଷ୍ଟିଚିଂ କରୁଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ବାରମ୍ବାର ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲେ ମଧୢ ଏଠାରେ ନିଯୁକ୍ତ ଡାକ୍ତର ମାନଙ୍କ ବେପରୁଆ ମନୋବୃତି ଯୋଗୁଁ ରୋଗୀ ସେବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭରଷାରେ ଚାଲିଛି।

ସୂଚନା ଥାଉକି, ଗତ ସପ୍ତାହରେ ପରିବାର ନିୟୋଜନ ଶିବିରରେ ଅସ୍ତ୍ରୋପଚାର ନାମରେ ମହିଳା ମାନଙ୍କୁ କିଭଳି ଶୀତ କାକରରେ ଚଟାଣରେ ଶୁଆଇ ନିର୍ଯ୍ୟାତନା ଦେବା ଘଟଣା ଗଣମାଧୢମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ନିଦାବିଷ୍ଣୁ ସାଜିବା ଏଠାକାର ଦାୟିତ୍ବରେ ଥିବା ଚିକିତ୍ସା ଅଧିକାରୀଙ୍କ ପ୍ରତି ଆଶିର୍ବାଦ ଭଳି ମନେ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe