ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ମଶା ତିଆରି କାରଖାନା ପାଲଟିଥିବା ଅଭିଯୋଗ ହେଉଛି। ଏନେଇ ଗତ ୨୫ ମାର୍ଚ୍ଚରେ ଖବର କାଗଜ ଦୈନିକ ସମ୍ବାଦରେ “ମଶା ବୃଦ୍ଧି ପାଇଁ ବାଟ ମେଲା” ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ପାଇବା ପରେ ଉପଖଣ୍ଡ ଚିକିତ୍ସାଳୟ ଓ ପୌରପରିଷଦ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି।
ଡାକ୍ତରଖାନା ପରିସରରେ ମାସ ମାସ ଧରି ପଡିଥିବା କୁଢ଼କୁଢ଼ ଅଳିଆ ଆବର୍ଜନା ହସ୍ପିଟାଲର ଶୌଚାଳୟର ଦୂଷିତ ପାଣି ନିଷ୍କାସନ ନହୋଇ ଦୀର୍ଘଦିନ ପର୍ଯ୍ୟନ୍ତ ଜମି ରହୁଥିଲା ।
ଏହା ସହିତ ଡାଇରିଆ ୱାର୍ଡ ପାର୍ଶ୍ବରେ ଥିବା ଡ୍ରେନ୍ ଗୁଡିକରେ ମଧ୍ୟ ଦୀର୍ଘ ଦିନ ହେଲା ଅପରିଷ୍କାର ପାଣି ଓ ମଳମୂତ୍ର ଜମି ରହୁଥିବାରୁ ମଶା ସଂଖ୍ୟା ବୃଦ୍ଧି ହୋଇ ମ୍ୟାଲେରିଆ ଟାଏଫଏଡ୍ ସମେତ ନାନା ପ୍ରକାର ରୋଗ ବ୍ୟାପୁଥିଲା ।
ଅଧିକ ପଢ଼ନ୍ତୁ: ମୁକୁନ୍ଦୁପୁର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍
/sambad/media/media_files/2025/03/27/o38z5ULGr2cFP4GQLUL6.jpg)
ଯାହାଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ମେଡିକାଲକୁ ଚିକିତ୍ସା ପାଇଁ ଆସିବାକୁ ଭୟ କରୁଥିଲେ । ଏନେଇ ସମ୍ବାଦରେ ଖବର ପ୍ରକାଶିତ ହେବା ପରେ ହାସ୍ପିଟାଲ ପରିସରରୁ ଅଳିଆ ଆବର୍ଜନା ହଟାଇବା ସହିତ ଡ୍ରେନ୍ ମଧ୍ୟ ସଫା କରାଯାଇଥିବା ଦେଖିବାକୁ ମିଳିଛି । ସମ୍ବାଦର ପ୍ରଭାବ ଯୋଗୁ ଏହି ଅଞ୍ଚଳ ପରିଷ୍କାର ହୋଇଥିବାରୁ ଅଞ୍ଚଳବାସୀ ସମ୍ବାଦକୁ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ: ଏଟିଏମ୍ରୁ ଟଙ୍କା ମିଳୁନି
Mayurbhanj