ରାୟଗଡ଼ା: ରାୟଗଡ଼ା କୋଲନରା ବ୍ଲକ ମୁକୁନ୍ଦୁପୁର ଘାଟିରେ ଗୁରୁବାର ଭୋର୍ ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଘାଟିର ବୁଲାଣିରେ ଟର୍ଣ୍ଣିଂ ବେଳେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ବ୍ରହ୍ମପୁର ହିଞ୍ଜିଳିକାଟୁରୁ ରାୟଗଡ଼ା ଟିକିରି ଅଭିମୁଖେ ଆସୁଥିବା ଓଡି-୨୧-ଏ-୩୭୭୭ ନମ୍ବର ବିଶିଷ୍ଟ ତୋଫାନ ନାମକ ବସ୍ ଓଲଟି ପଡ଼ିଛି। ବସ୍ର ଡ୍ରାଇଭର ଠିକ୍ ଭାବେ ଗାଡ଼ି ଚଳାଉ ନଥିବା ଯାତ୍ରୀ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଏଟିଏମ୍ରୁ ଟଙ୍କା ମିଳୁନି
ବସ୍ ଓଲଟିବାରୁ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ଲାଗି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଅନ୍ୟ ଆହତମାନଙ୍କା ଚିକିତ୍ସା ମଧ୍ୟ ଜାରି ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ବ୍ୟାଙ୍କିଙ୍ଗ ସେବା ଲୋକଙ୍କ ପକେଟ ଲୁଟୁଛି: ଆପ୍ ସାଂସଦ
Rayagada | Accident