ମୃତକଙ୍କ ଆଖି ତାଡ଼ିନେବା ଘଟଣା : ଆଜି ତଦନ୍ତ କରିବେ ସ୍ବତନ୍ତ୍ର ଟିମ୍‌

Advertisment

ମୃତକଙ୍କ ପରିବାର ଲୋକ ଓ ସାହିବାସୀଙ୍କ ବୟାନ ରେକର୍ଡ, ଦୁଇଦିନ ମଧ୍ୟରେ ପୂର୍ବାଞ୍ଚଳ ଆଇଜିଙ୍କୁ ଦିଆଯିବ ରିପୋର୍ଟ

ମୃତକଙ୍କ ପରିବାର ଲୋକ ଓ ସାହିବାସୀଙ୍କ ବୟାନ ରେକର୍ଡ, ଦୁଇଦିନ ମଧ୍ୟରେ ପୂର୍ବାଞ୍ଚଳ ଆଇଜିଙ୍କୁ ଦିଆଯିବ ରିପୋର୍ଟ

ମୃତକଙ୍କ ଆଖି ତାଡ଼ିନେବା ଘଟଣା : ଆଜି ତଦନ୍ତ କରିବେ ସ୍ବତନ୍ତ୍ର ଟିମ୍‌

timesnownews.com

ଭଦ୍ରକ : ଦୁଇଦିନ ତଳେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ୍‌ରେ ଭଦ୍ରକ ସହର ବାଗୁରାଇସ୍ଥିତ ଆଦିବାସୀ ସାହିର ମୃତ ବୀର ଗାଗରାଇ (୩୫)ଙ୍କର ଆଖି ତାଡ଼ିନେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ଅଶିକ୍ଷିତ ତଥା ନିରୀହ ଆଦିବାସୀ ପତ୍ନୀ ଚମ୍ପା ଓ ନାବାଳକ ଭଣଜା ବର୍ଦ୍ଧିଙ୍କ ଅଜାଣତରେ ଟିପଚିହ୍ନ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତ ବୀରଙ୍କ ଆଖି ନେଇ ଘରୋଇ ଚକ୍ଷୁ ଚିକିତ୍ସାଳୟ ଏଲ୍‌ ଭି ପ୍ରସାଦକୁ ଦେଇ ଦେଇଦେଲେ। ଆସନ୍ତାକାଲି ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ଘଟଣା ଜଣାପଡ଼ିବା ପରେ ମୃତ ବୀରଙ୍କ ପରିବାର ଲୋକ ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତଙ୍କଠାରେ ଅଭିଯୋଗ କରିଥିଲେ। ଭଦ୍ରକ ଟାଉନ୍‌ ଥାନାରେ ମଧ୍ୟ ଗତ ୧୬ ତାରିଖ ଦିନ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ଫଳରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଘଟଣାର ଉପଯୁକ୍ତ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥି‌ଲେ। ଫଳରେ ଗତ ଦୁଇଦିନ ମଧ୍ୟରେ ଭଦ୍ରକ ଟାଉନ୍‌ ଥାନା ଆଇଆସି ସରୋଜିନୀ ସିଂ ମୃତ ବୀରଙ୍କ ପତ୍ନୀ ଚମ୍ପା, ସାନଭାଇ ବିଜୟ, ନାବାଳକ ଭଣଜା ବର୍ଦ୍ଧି ତଥା ସାହିବାସୀଙ୍କ ବୟାନ ରେକର୍ଡ କରିଛନ୍ତି। ଅନ୍ୟପଟେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ତଥା ଆଇଆଇସି ସରୋଜିନୀ ସିଂଙ୍କ ନେତୃତ୍ବରେ ଆସନ୍ତାକାଲି ଏକ ୩ ଜଣିଆ ସ୍ବତନ୍ତ୍ର ଟିମ୍ ଏସ୍‌ସିବି ମେଡିକାଲ୍‌ ଓ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ଯାଇ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ତେବେ ତଦନ୍ତ ବେଳେ ମୃତ ବୀରଙ୍କ ପରିବାର ଲୋକଙ୍କୁ ପୁଲିସ ସାଙ୍ଗରେ ନେବ କି ନା, ତାହା ଜଣାପଡ଼ିନାହିଁ।

ପ୍ରକାଶ ‌ଯେ, ବୀର ଗତ ୭ ତାରିଖ ଦିନ ବିଷ ପିଇ ଗୁରୁତର ଅସୁସ୍ଥ ହୋଇଥିଲେ। ତାଙ୍କୁ ପରିବାର ଲୋ‌‌େକ ଭଦ୍ରକ ଡାକ୍ତରଖାନା ନେଇଥିଲେ। ଚିକିତ୍ସିତ ହେଉଥିବା ବେଳେ ୧୧ ତାରିଖ ଦିନ ବୀରଙ୍କ ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏକ କାଗଜରେ ମୃତ ବୀରଙ୍କ ପତ୍ନୀ ଚମ୍ପା ଓ ଭଣଜା ବର୍ଦ୍ଧିଙ୍କ ଟିପ ଚିହ୍ନ ନେଇଥିଲେ। କିନ୍ତୁ ସେଥିରେ କ’ଣ ଲେଖାଥିଲା ତାହା ସେମାନଙ୍କୁ ଜଣାନଥିଲା। ଚମ୍ପା ସ୍ବାମୀର ଶବ ନେଇ ନିଜ ଗାଁକୁ ଫେରିଥିଲେ ଏବଂ ଆଦିବାସୀ ପରମ୍ପରା ଅନୁଯାୟୀ ସତ୍କାର କରାଯାଇଥିଲା। ହେଲେ ସେହି ସମୟରେ ବୀରଙ୍କ ଦୁଇଟି ଆଖି ନଥିବା ଜଣାପଡ଼ିଥିଲା‌। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ କାଗଜପତ୍ରରେ ସ୍ବଇଚ୍ଛାରେ ଚମ୍ପା ତାଙ୍କ ସ୍ବାମୀଙ୍କ ଚକ୍ଷୁଦାନ କରିଥିବା ସଂପର୍କରେ ଉଲ୍ଲେଖ ରହିଥିଲା। ତେଣୁ ‌ସେ ଏନେଇ ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe