୬ରୁ ଖୋଲିବ ହଷ୍ଟେଲ୍‌, ମଧ୍ୟାହ୍ନ ଭୋଜନରେ ଶୁଖିଲା ରାସନ୍‌ ବଣ୍ଟନ ଜାରି ରହିବ

Advertisment

ପ୍ରଥମରୁ ଅଷ୍ଟମ ଶ୍ରେଣୀ‌ ପାଠପଢ଼ା ୧୦ଟାରୁ ଗୋଟାଏ

ପ୍ରଥମରୁ ଅଷ୍ଟମ ଶ୍ରେଣୀ‌ ପାଠପଢ଼ା ୧୦ଟାରୁ ଗୋଟାଏ

ସକାଳୁଆ ସ୍କୁଲରେ ଉପସ୍ଥାନ ୭୦%; ଅନୁଗୁଳରେ ସର୍ବାଧିକ, ଗଜପତିରେ ସର୍ବନିମ୍ନ

Image Courtesy of India.com

ଭୁବନେଶ୍ବର : ଆସନ୍ତା ୧୪ ତାରିଖରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ। ଦିନ୧୦ଟାରୁ ଅପରା‌ହ୍‌ଣ ଗୋଟାଏ ପର୍ଯ୍ୟନ୍ତ କ୍ଲାସ ଚାଲିବ। ସେହିଭଳି ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଚାଲିବ। ତଦନୁସାରେ ଶିକ୍ଷକମାନେ ରୁଟିନ୍‌ ତିଆରି କରିବାକୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ପୂର୍ବଭଳି ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶୁଖିଲା ରାସନ୍‌ ବଣ୍ଟାଯିବ। ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସେହିଭଳି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ କଲେଜ୍‌ରେ ୭ ତାରିଖରୁ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୬ ତାରିଖରୁ ସମସ୍ତ ହଷ୍ଟେଲ ଖୋଲିବ। ଛାତ୍ରଛାତ୍ରୀମାନେ ହଷ୍ଟେଲକୁ ନେଇ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe