ଚର୍ଚ୍ଚିତ ଚେହେରା ପ୍ରସଙ୍ଗ: ‘ସାମ୍ବାଦିକତାର ମୂଳମନ୍ତ୍ର କରୁଣା’

Advertisment

ସରକାରକୁ ଆସିବା ପରଠୁ ଚର୍ଚ୍ଚାରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଶେଷକରି ‘ସୁଭଦ୍ରା’ ଯୋଜନା  ତାଙ୍କୁ ଆଲୋଚନାରେ ରଖିଛି। ଏଥର ‘ନ୍ୟୁଜ୍‌ ମେକର-୨୦୨୪’ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

ସରକାରକୁ ଆସିବା ପରଠୁ ଚର୍ଚ୍ଚାରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଶେଷକରି ‘ସୁଭଦ୍ରା’ ଯୋଜନା  ତାଙ୍କୁ ଆଲୋଚନାରେ ରଖିଛି। ଏଥର ‘ନ୍ୟୁଜ୍‌ ମେକର-୨୦୨୪’ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

ewrwe

‘ସବୁ ଓଡ଼ିଆଙ୍କ ସ୍ବପ୍ନ ପୂରଣ ହେବ’

ଭୁବନେଶ୍ବର: ସରକାରକୁ ଆସିବା ପରଠୁ ଚର୍ଚ୍ଚାରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଶେଷକରି ‘ସୁଭଦ୍ରା’ ଯୋଜନା  ତାଙ୍କୁ ଆଲୋଚନାରେ ରଖିଛି। ଏଥର ‘ନ୍ୟୁଜ୍‌ ମେକର-୨୦୨୪’ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ନିଜର ବକ୍ତବ୍ୟ ରଖି ଉପମୁଖ୍ୟମନ୍ତ୍ରୀ କହିଲେ, ଶିଶୁ ସରକାର ବୋଲି କିଛି ନାହିଁ। କେବଳ ବିଧାୟକ, ସାଂସଦ ହେଲେ ଓଡ଼ିଶାକୁ ବୁଝିହେବ, ଏହା ଠିକ୍‌ ନୁହେଁ। ସରକାରରେ ନଥିଲେ ମଧ୍ୟ ସେ ଓଡ଼ିଶାକୁ ଚିହ୍ନିଛନ୍ତି। ଏକଥା ସ୍ପଷ୍ଟ ଯେ, ଓଡ଼ିଆଙ୍କ ଆଖିର ସ୍ବପ୍ନକୁ ସରକାର ପୂରଣ କରିବ। ଲୋକଙ୍କ ସ୍ବର ହୋଇ ରହିବ। ଏସି ରୁମ୍‌ ନୁହେଁ, ସ୍ପଟ୍‌ ଉପରେ ରହି ନିଷ୍ପତ୍ତି ନେଉଛି ଏ ସରକାର। ଏବେ ଯାଏ ‘ସୁଭଦ୍ରା’ ଯୋଜନାରେ ୮୦ ଲକ୍ଷ ୨୯ ହଜାର ମହିଳା ସହାୟତା ପାଇଛନ୍ତି। ଜାନୁଆରିରେ ଆଗାମୀ କିସ୍ତି ଦିଆଯିବ ଏବଂ ଏହି ସଂଖ୍ୟା କୋଟିଏ ଟପିବ। ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ସରକାର ଆସିବା ପରେ ପିରିୟଡସ୍‌ ଲିଭ୍‌ ଘୋଷଣା ହୋଇଛି। ଏ ନିଷ୍ପତ୍ତି ଦିଲ୍ଲୀରୁ ନୁହେଁ ବରଂ ଓଡ଼ିଶାରେ ନିଆଯାଇଛି। ଆଉ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ମୁଁ ଏ ନିଷ୍ପତ୍ତି ବାବଦରେ କାହାକୁ ପଚାରି ନାହିଁ। ଉତ୍କର୍ଷ ଓଡ଼ିଶା ପାଇଁ ପୁରୁଷଙ୍କ ସହ ମହିଳାଙ୍କୁ ଉଦ୍ୟୋଗୀ କରାଯିବ। ଓଡ଼ିଶାରେ ଥିବା ଅପାର ସମ୍ଭାବନାକୁ ବିନିଯୋଗ କରାଯାଇ କେବଳ ପର୍ଯ୍ୟଟନରେ ଲକ୍ଷେ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ସେ କହିଥିଲେ।

‘ସାମ୍ବାଦିକତାର ମୂଳମନ୍ତ୍ର କରୁଣା’, ଅହଙ୍କାରର ପରାଜୟ ହୋଇଛି, ଅସ୍ମିତାର ବିଜୟ ଏଯାଏଁ ହୋଇନାହିଁ: ସୌମ୍ୟରଂଜନ

adada

ଭୁବନେଶ୍ବର: ସାମ୍ବାଦିକତାର ଅର୍ଥ କେବଳ ସରକାରଙ୍କୁ ଆଇନା ଦେଖାଇବା କିମ୍ବା ରାଜନୀତି କରିବା ନୁହେଁ। ସାମ୍ବାଦିକତା ଏଭଳି ଏକ ଅସ୍ତ୍ର, ଯାହା ମାଧ୍ୟମରେ ଦେଶର ସାଧାରଣ ଜନତାଙ୍କ ଜୀବ‌ନରେ ସୁଧାର ଆସିପାରିବ। ସାମ୍ବାଦିକତାର ମୂଳମନ୍ତ୍ର ହେଉଛି ‘କରୁଣା’। ତାକୁ ଆଧାର କରି ସମାଜରେ ସୁଧାର ଆଣିବା ଓ ଅନ୍ୟକୁ ସାହାଯ୍ୟ କରିବା ଜଣେ ସାମ୍ବାଦିକର ଦାୟିତ୍ବ। ହଁ, ଏକଥା ବି ସତ ଯେ ପରିବେଶ ଓ ପରିସ୍ଥିତିକୁ ଦେଖି ଯେତିକି ସମ୍ଭବ ହୋଇପାରିବ ସେତିକି କରିବା ସାମ୍ବାଦିକତାର ଧର୍ମ ହେବା ଉଚିତ। ୨୦୨୪ ମସିହାର ଚର୍ଚ୍ଚିତ ବ୍ୟକ୍ତି ଓ ଖବରକୁ ନେଇ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ‘ନ୍ୟୁଜ୍‌ ମେକର-୨୦୨୪’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଏମିତି କହିଛନ୍ତି ଏନ୍‌ଡିଟିଭି ଇଣ୍ଡିଆର ପରିଚାଳନା ସଂପାଦକ ପ୍ରବୀଣା ସାମ୍ବାଦିକା ନିଧି କୁଲପତି। ଶ୍ରୀମତୀ କୁଲପତି ‘ସମୟ ସହ ବଦଳିଛି ଗଣମାଧ୍ୟମ’ ବିଷୟ ଉପରେ ମତ ରଖି ଆହୁରି କହିଲେ, ଗଣମାଧ୍ୟମ ସମୟ ଅନୁସାରେ ବଦଳୁଛି। ମୁଁ ୧୯୯୧ ମସିହାରେ କାମ ଆରମ୍ଭ କରିଥିଲି। ସେବେ କୌଣସି ଘରୋଇ ଟିଭି ଚ୍ୟାନେଲ୍‌ ନଥିଲା। କିଛି ପ୍ରଡକ୍ସନ ହାଉସ୍‌ ଡିଡି ନେସନାଲ୍‌ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲେ। ପରବର୍ତ୍ତୀ ସମୟରେ ଘରୋଇ ଚ୍ୟାନେଲ୍‌ ହେଲା। ଡେଫର୍ଡ, ଲାଇଭ୍‌ ଚାଲିଲା। ଏବେ ଦେଶରେ ପାଖାପାଖି ୬୦୦ ଜାତୀୟ ଓ ୧୨ ଶହ ଆଞ୍ଚଳିକ ନ୍ୟୁଜ୍‌ ଚ୍ୟାନେଲ୍‌ ଅଛି। ଏହାର ସକାରାତ୍ମକ ଦିଗ ହେଉଛି, ଲୋକଙ୍କୁ ରୋଜଗାର ମିଳିଲା। ମହିଳାଙ୍କୁ ରୋଜଗାରକ୍ଷମ କଲା ଗଣମାଧ୍ୟମ। ହେଲେ ଅନ୍ୟପଟେ କିନ୍ତୁ କଣ୍ଟେଣ୍ଟ୍‌ରେ ବୁଝାମଣା ହେଲା। ସାମ୍ବାଦିକତାର ମୂଲ୍ୟବୋଧ କମିଲା। ଖବରରେ ସବୁ ପକ୍ଷକୁ ସାମ୍ନାକୁ ଅଣାଗଲା ନାହିଁ। ଏବେ ସାମାଜିକ ଗଣମାଧ୍ୟମ ଏକ ବଡ଼ ପ୍ଲାଟ ଫର୍ମ ‌ହୋଇଛି। ବଡ଼ ଟିଭି ଚ୍ୟାନେଲ୍‌ରେ ବାଦ୍‌ ପଡ଼ୁଥିବା ଗାଁ ଗହଳିର କଥା ସାମାଜିକ ଗଣମାଧ୍ୟମ ସାମ୍ନାକୁ ଆଣୁଛି। ସରକାର ଓ ରାଜନୈତିକ ଦଳ ବି ଏବେ ସାମାଜିକ ଗଣମାଧ୍ୟମ ମୁହାଁ। କେବଳ ସେତିକି ନୁହେଁ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମାଜକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ହେଲେ କୌଣସି ପରିସ୍ଥିତିରେ ଖବରକାଗଜ ବନ୍ଦ ହେବ ନାହିଁ।

୨୦୨୫ରେ ପ୍ରତି ଘରର ସ୍ବର ହେବ ‘କନକ ନ୍ୟୁଜ୍‌’: ତନୟା

asassa

‘ଇଣ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଅତିଥିମାନଙ୍କୁ ସ୍ବାଗତ କରି କହିଲେ, ଓଡ଼ିଶାରେ ‘ଅସ୍ମିତା’ର ବିଜୟ ହେଲା ବୋଲି ଅନେକ କହୁଛନ୍ତି, ହେଲେ ମୁଁ ବିଶ୍ବାସ କରୁନାହିଁ। ମୋ ବିଚାରରେ ଅହଙ୍କାରର ପରାଜୟ ହୋଇଛି, ହେଲେ ଅସ୍ମିତାର ବିଜୟ ଏଯାଏ ହୋଇନାହିଁ। ଅସ୍ମିତାର ବିଜୟ ପାଇଁ ନୂଆ ସରକାରଙ୍କୁ ଆହୁରି ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ନୂଆ ସରକାରରେ କେବଳ ଜଣେ ଉପମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାଖରେ ମନ୍ତ୍ରୀ ହେବାର ଅଭିଜ୍ଞତା ପୂର୍ବରୁ ନାହିଁ। ଅନେକ ପ୍ରଥମ ଥର ବିଧାୟକ ମନ୍ତ୍ରୀ ହୋଇଛନ୍ତି। ଗଣତନ୍ତ୍ରର ଏହି ପରାକାଷ୍ଠା ଆଉ କେଉଁ ରାଜ୍ୟ ‌ଦେଇପାରିବେ ନାହିଁ। ଯେଉଁମାନେ ନିଜ ଭବିଷ୍ୟତ ସମ୍ପର୍କରେ ଯୋଜନା କରୁଛନ୍ତି, ସେମାନେ ଓଡ଼ିଆ ଭୋଟରଙ୍କୁ ବୋକା ଭାବନ୍ତୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ‌ଦେଇଥିଲେ। ୪୦ ବର୍ଷ ଧରି ‘ସମ୍ବ‌ାଦ’ ପରିବାରକୁ ଅକୁଣ୍ଠିତ ଶ୍ରଦ୍ଧା, ସମ୍ମାନ ଓ ସହଯୋଗ ଦେଇଥିବା ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇବା ସହ ନୂଆବର୍ଷ ନୂଆ ସମ୍ଭାବନା ଆଣୁ ବୋଲି କାମନା କରିଥିଲେ। 

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦିକା ତନୟା ପଟ୍ଟନାୟକ କହିଲେ, ସାମ୍ବାଦିକଙ୍କୁ ଆଗଭଳି ସମ୍ମାନ ନାହିଁ କି ସାମ୍ବାଦିକତା ସମ୍ମାନଜନକ ବୃତ୍ତି ହୋଇ ରହିନାହିଁ। ଏଭଳି ପରିସ୍ଥିତି ପାଇଁ ଆମେ ନିଜେ ଦାୟୀ। ସାମ୍ବାଦିକତାରେ ସମ୍ବେଦନଶୀଳତାର ଅଭାବ ଜଳଜଳ ଦିଶୁଛି। ଟେଲିଭିଜନ ପରଦାରେ କଥା କମ୍‌ ଚିତ୍କାର ବେଶି ଏବଂ ବିବେକ କମ୍‌ ଡ୍ରାମା ବେଶି ହେଉଛି। ଅନୁସନ୍ଧାନମୂଳକ ସାମ୍ବାଦିକତା କମିଛି ବରଂ କାମଚଳା ସାମ୍ବାଦିକତା ଚାଲିଛି। ଗ୍ରାଉଣ୍ଡ ରିପୋର୍ଟିଂ ପରିବର୍ତ୍ତେ ଅନ୍ୟର କଣ୍ଟେଣ୍ଟ କପି କରାଯାଉଛି ବୋଲି ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ଗଣମାଧ୍ୟମ ପାଇଁ ଅନେକ ଆହ୍ବାନ ରହିଛି। ପ୍ରତ୍ୟେକ କ୍ଷମତାଶାଳୀ ବର୍ଗ ଆଜି ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ତା’ ସ୍ବରକୁ ସଙ୍କୁଚିତ କରିବାକୁ ଲାଗି ପଡ଼ୁଛି। କୌଣସି ଗଣମାଧ୍ୟମ କହି ପାରିବେ ନାହିଁ ସେ ସମ୍ପୂର୍ଣ୍ଣ ଭାବେ ଚାପମୁକ୍ତ। ଟିଆର୍‌ପି ପାଇଁ ଅନେକ ଅଶୋଭନୀୟ କଣ୍ଟେଣ୍ଟ୍‌ ତିଆରି ହେଉଛି ସତ, କିନ୍ତୁ ଏହା ବି ସତ ଟିଆର୍‌ପି ସହ ବିଜ୍ଞାପନର ନିବିଡ଼ ସମ୍ପର୍କ ରହିଛି। ବିଜ୍ଞାପନ ବିନା ଗଣମାଧ୍ୟମ ତିଷ୍ଠି ପାରିବନାହିଁ। ବଜାରରେ ସବୁ ମୂଲ୍ୟ ବୃଦ୍ଧିକୁ ସହୁଥିବା ଲୋକ ଖବରକାଗଜ ମୂଲ୍ୟ ବୃଦ୍ଧିକୁ ସହି ପାରୁନାହିଁ। ଦାୟିତ୍ବବାନ ଗଣମାଧ୍ୟମ ଭାବେ ପ୍ରତିଶ୍ରୁତି ଦେଉଛି, ୨୦୨୫ରେ ‘ପ୍ରତି ଘରର ସ୍ବର’ ହେବ କନକ ନ୍ୟୁଜ୍‌। ସତ୍ୟ ଓ ତଥ୍ୟ ସହ ଲୋକଙ୍କ କଥା କହିବ। ଗଠନମୂଳକ ସମାଲୋଚନା ପାଇଁ ପଛଘୁଞ୍ଚା ଦେବ ନାହିଁ। ମିଠା ଭାଷାରେ ବ୍ୟବସ୍ଥାକୁ ପ୍ରଶ୍ନ ପଚାରିବ। ଗରିବ, ଖଟିଖିଆ, ଉପେକ୍ଷିତ ଓ ପରିବର୍ତ୍ତନର ସ୍ବର ହେବ। ‘ପୁନଶ୍ଚ ପୃଥିବୀ’ ମାଧ୍ୟମରେ ପରିବେଶ ସୁରକ୍ଷା ଅବା ରାଜ୍ୟର ଅସ୍ମିତାର ସୁରକ୍ଷା ପାଇଁ ଉପାନ୍ତରୁ ଉପକୂଳ ସବୁଠି ସଜାଗ ରହିବ। ୨୦୨୫‌ରେ ନୂଆ ରୂପରେ ନୂଆ ରଙ୍ଗରେ କନକ ନ୍ୟୁଜ୍‌ ପ୍ରତି ଘରର ବିଶ୍ବସନୀୟ ଚ୍ୟାନେଲ୍‌ ଭାବେ ଉଭା ହେବ ବୋଲି ଶ୍ରୀମତୀ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ଅବସରରେ ନିଧି କୁଲପତିଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ସମ୍ମାନିତ କରିଥିଲେ। ଆସୋସିଏଟ୍ ନ୍ୟୁଜ୍ ପ୍ରଡ୍ୟୁସର ସୁଶ୍ରୀ ସଙ୍ଗୀତା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ବିକାଶର ସ୍ବପ୍ନ ଓ ବାସ୍ତବତା

sdsdsd

ଭୁବନେଶ୍ବର: ‘ବିକାଶର ସ୍ବପ୍ନ ଓ ବାସ୍ତବତା’ ବିଷୟରେ ମତ ରଖି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଲେ, ମୁଁ ସ୍ବପ୍ନ ବଦଳରେ ବାସ୍ତବତାରେ ବିଶ୍ବାସ କରେ। ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ମିଳୁନାହିଁ। ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ପୂରଣ ହେଉନି। ଏଭଳି ସ୍ଥିତିରେ ୫ ବର୍ଷ ନୂଆ ସରକାର ରହିପାରିବେ କି ନାହିଁ ସେ ସ୍ଥିର କରନ୍ତୁ। ବିଜେପି ସଭାପତିଙ୍କ ସ୍ବପ୍ନ କ’ଣ, େସକଥା ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଉପମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ। କେତେ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ମନ୍ତ୍ରୀ କ’ଣ କରୁଛନ୍ତି ତାହା ଜଣାପଡ଼ୁନି। ବିଜେପିର ଭିଜନ କିଛି ନାହିଁ ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରିଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ସ୍ବପ୍ନ ନଦେଖିଲେ ଯୋଜନା ହେବ ନାହିଁ କି ବିକାଶ ହେବ ନାହିଁ। ଓଡ଼ିଶାର ସାମଗ୍ରିକ ବିକାଶ ଆମ ଭିଜନ।

ଓଡ଼ିଶାର ସାମଗ୍ରିକ ବିକାଶ ଆମ ଭିଜନ: ମନମୋହନ
ମହାନଦୀ ଜଳ ବିବାଦର ସମାଧାନ କର: ଦେବୀ ପ୍ରସାଦ
ମୁଁ ସ୍ବପ୍ନ ବଦଳରେ ବାସ୍ତବତାରେ ବିଶ୍ବାସ କରେ: ବିଜୟ
ବିଜେପି ଓ ବିଜେଡି ଭିତରେ କୌଣସି ଅନ୍ତର ନାହିଁ: ପଞ୍ଚାନନ

ଓଡ଼ିଶାରେ ଥିବା ଅପାର ସମ୍ଭାବନାକୁ ବିନିଯୋଗ କରାଯାଇ ୫ ବର୍ଷରେ ଆଖିଦୃଶିଆ ବିକାଶ କରାଯିବ। ପର୍ଯ୍ୟଟନର ବିକାଶ କରାଯିବ। ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାର ପୁନରୁଦ୍ଧାର, କୃଷିକୁ ପ୍ରାଧାନ୍ୟ, ୮୦ ପ୍ରତିଶତ ଜମିକୁ ଜଳସେଚନ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯିବ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ, ବିଜେପି ଓ ବିଜେଡି ଭିତରେ କୌଣସି ଅନ୍ତର ନାହିଁ। ବିଜେଡି ଯେଉଁ ବାଟରେ ଯାଉଥିଲା ଏବେ ବିଜେପି ସେହି ବାଟରେ। ଗତ ସରକାର ଖଣିଜ ସମ୍ପଦକୁ ବାହାରକୁ ପଠାଉଥିଲା, ଏବେର ସରକାରର ନୀତି ଅଲଗା ନୁହେଁ। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଲେ, ନୂଆ ସରକାରର ସମୟ ଯୋଜନାର ନାଁ ବଦଳାଇବାରେ ଯାଉଛି। ବିଭାଗର କାମ ହେଉନାହିଁ କି ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଗ୍ରାମାଞ୍ଚଳରେ ଉନ୍ନୟନ କାମ ଠପ୍‌ ହୋଇଯାଇଛି। ଏବେ ଡବଲ୍‌ ଇଞ୍ଜିନ୍‌ ସରକାର ଓଡ଼ିଶାର ସ୍ବାର୍ଥ ପାଇଁ ମହାନଦୀ ଜଳ ବିବାଦର ସମାଧାନ କରନ୍ତୁ। ଏହି ଅଧିବେଶନକୁ ବରିଷ୍ଠ ସାମ୍ବାଦିକ ଜ୍ୟୋତି ପ୍ରକାଶ ଦାସ ପରିଚାଳନା କରିଥିଲେ।

ଦୁର୍ନୀତି ପାଇଁ ଦାୟୀ କିଏ?

ଭୁବନେଶ୍ବର: ଦୁର୍ନୀତି ପାଇଁ ଦାୟୀ କିଏ? ଏ ପ୍ରସଙ୍ଗ ଆଲୋଚନାରେ ଅତିଥି ବକ୍ତା ଅବସରପ୍ରାପ୍ତ ଆଇଏଏସ୍‌ ସଞ୍ଜୀବ ଚନ୍ଦ୍ର ହୋତା କହିଲେ, ରାଜନୈତିକ ଦଳ, କର୍ପୋରେଟ ଜଗତ ଓ ଅପରାଧୀଙ୍କ ମଧୁଚନ୍ଦ୍ରିକାରୁ ଦୁର୍ନୀତି ଆରମ୍ଭ ହେଉଛି। ନିର୍ବାଚନରେ ଖର୍ଚ୍ଚ ଟଙ୍କା କେଉଁଠୁ ଆସୁଛି ବୁଝିଗଲେ ଦୁର୍ନୀତିର ବାଟ ଜଣାପଡ଼ିଯିବ। ଯେଉଁ ଭୋଟର ଟଙ୍କା ନେଉଛନ୍ତି ଏବଂ କାମ କରୁନଥିବା ଲୋକ ବଡ଼ ଦୁର୍ନୀତି ଖୋର। କ୍ଷମତାକୁ ଅପବ୍ୟବହାର କରି ପ୍ରାକୃତିକ ସମ୍ପଦକୁ କର୍ପୋରେଟ୍ ହାତରେ ଟେକି ଦେବା ବି ଦୁର୍ନୀତି।  ପୂର୍ବତନ ଡିଜିପି ଅମୀୟ ଭୂଷଣ ତ୍ରିପାଠୀ କହିଲେ, ଦୁର୍ନୀତି ଏକ ରୋଗ। ଭାରତ ଏକ ଦୁର୍ନୀତିଗ୍ରସ୍ତ ଦେଶ। ଏଠି ପ୍ରଶାସନ ଓ ରାଜନେତା ଭିତରେ ଏକ ଭିତିରି ବୁଝାମଣା ଅଛି। ଏଇଠୁ ହିଁ ଦୁର୍ନୀତିର ଜନ୍ମ। ଦୁର୍ନୀତିର ଦୂରୀକରଣ ସମ୍ଭବ ନୁହେଁ। ଏହାର ମୂଳୋତ୍ପାଟନ ପରିବର୍ତ୍ତେ କେତେ କମାଯାଇପାରିବ ସେଦିଗରେ ଚିନ୍ତା କରାଯାଉ। ବରିଷ୍ଠ ସାମ୍ବାଦିକ ରୁବେନ୍‌ ବାନାର୍ଜୀ କହିଲେ, ଦୁର୍ନୀତି ବ୍ରିଟିସ୍‌ ଅମଳରେ ଥିଲା, ଆଜି ବି ଅଛି। ଇଲୋକ୍ଟୋରାଲ୍‌ ବଣ୍ଡ ଠିକ୍‌ ନୁହେଁ ବୋଲି ସୁପ୍ରିମ୍‌‌କୋର୍ଟ କହିଲେ। ହେଲେ ସେ ସବୁ ଟଙ୍କା ରାଜନୈତିକ ଦଳ ପାଖରୁ ଜବତ କରାଗଲା ନାହିଁ। ଏହା କ’ଣ ଦୁର୍ନୀତି ନୁହେଁ କି? ଲୋକାୟୁକ୍ତ କ’ଣ ଲୋକେ ଜାଣନ୍ତି ନାହିଁ। ସରକାର ମଧ୍ୟ ଦୀର୍ଘ ଦିନ ଧରି ଲୋକାୟୁକ୍ତ ନିଯୁକ୍ତ କରୁନାହାନ୍ତି। ଦୁର୍ନୀତି କରିବା ପାଇଁ ଏଠି ସମସ୍ତ ବ୍ୟବସ୍ଥା କରାଯାଇଛି। ଆସୋସିଏଟ୍ ପ୍ରଡ୍ୟୁସର୍‌ ସ୍ବସ୍ତିକା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe