ଯୁବକଙ୍କୁ ପିଟିପିଟି ହତ୍ୟା: ହୋଟେଲ୍‌ ମାଲିକ ଗିରଫ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ହୋଟେଲ୍‌ ପୋଡ଼ି

Advertisment

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁରରେ ଜଣେ ଯୁବକଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଜଣେ ହୋଟେଲ୍‌ ମାଲିକକୁ ଗିରଫ କରିଛି।

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁରରେ ଜଣେ ଯୁବକଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଜଣେ ହୋଟେଲ୍‌ ମାଲିକକୁ ଗିରଫ କରିଛି।

dfdfvccv

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁରରେ ଜଣେ ଯୁବକଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଜଣେ ହୋଟେଲ୍‌ ମାଲିକକୁ ଗିରଫ କରିଛି। ଅନ୍ୟପକ୍ଷରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରୋକ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ହୋଟେଲ୍‌ରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସର ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଭଗିପୁର ଗ୍ରାମର ସୁଦାମ ନାୟକ ଗାଁ ପାଖରେ ଥିବା ଏକ ହୋଟେଲ୍‌କୁ ଖାଇବାକୁ ଯାଇଥିଲେ। ସେଠାରେ ଟଙ୍କା ଦେବାକୁ ନେଇ ହୋଟେଲ୍‌ ମାଲିକ ସନ୍ତୋଷ ସାହୁଙ୍କ ସହିତ ତାଙ୍କର ବଚସା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ହାତାହାତି ଯାଏଁ କଥା ଯାଇଥିଲା। ହୋଟେଲ୍‌ ମାଲିକ ସନ୍ତୋଷ ନିସ୍ତୁକ ପିଟିବା ସହ ସୁଦାମଙ୍କୁ ବାଇକ୍‌ ଉପରକୁ କଚାଡ଼ି ଦେଇଥିଲା। 

ଫଳରେ ସୁଦାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେସଙ୍ଗେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଦାମଙ୍କ ମୃତ୍ୟୁ ଖବର ପାଇବା ପରେ ଉତ୍ତ୍ୟକ୍ତ ଲୋକେ ହୋଟେଲ୍‌ରେ ନିଆଁ ଲଗାଇ ଦେଇଥିଲେ। ଗ୍ରାମବାସୀ ଭଗିପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିଳମ୍ବିତ ରାତି ଯାଏଁ ଉତ୍ତେଜନା ଲାଗି ରହିଥିଲା। ପୁଲିସ ଫୋର୍ସ ଘଟଣାସ୍ଥଳରେ ଜଗି ରହିଛି। ଅନ୍ୟପଟେ ହୋଟେଲ୍‌ ମାଲିକ ସନ୍ତୋଷ ସାହୁକୁ ଗିରଫ କରାଯାଇଛି ବୋଲି ବାଙ୍କୀ ଥାନା ଆଇଆଇସି ଦିଲ୍ଲୀପ ମର୍ଦରାଜ ଭୂୟାଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe