ହୋଟେଲ ମାଲିକଙ୍କୁ ୧୦ ଲକ୍ଷ ଦାଦାବଟି: ଝିଅକୁ ଉଠାଇ ନେବାକୁ ଧମକ

ସମୁଦ୍ରକୂଳ ଥାନା ଅଞ୍ଚଳରେ କେତେକ ଦୁର୍ବୃତ୍ତ ଜଣେ ହୋଟେଲ ମାଲିକଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ପତ୍ନୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଅସଦାଚରଣ କରିଛନ୍ତି।

ବାପା କାଖରୁ ଶିଶୁପୁତ୍ରକୁ ଛଡ଼ାଇନେବା ଘଟଣା: ବାପା ରଚିଥିଲା ପୁଅ ଅପହରଣ ନାଟକ

ପୁରୀ: ସମୁଦ୍ରକୂଳ ଥାନା ଅଞ୍ଚଳରେ କେତେକ ଦୁର୍ବୃତ୍ତ ଜଣେ ହୋଟେଲ ମାଲିକଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ପତ୍ନୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଅସଦାଚରଣ କରିଛନ୍ତି। ଏପରିକି ଦୁର୍ବୃତ୍ତମାନେ ତାଙ୍କ କଲେଜ ପଢ଼ୁଆ ଝିଅକୁ ଉଠାଇ ନେବେ ବୋଲି ଧମକ ଦେଇଥିବାରୁ ସେ କଲେଜ ଯିବା ବନ୍ଦ କରିଦେଇଛନ୍ତି। ଆଜି ଦୁର୍ବୃତ୍ତମାନେ ହୋଟେଲ ମାଲିକଙ୍କ ଗେଟ୍‌ ଭାଙ୍ଗିବା ସହ କଟର ଲଗାଇ ଘର ତାଲା କାଟିଥିଲେ। ଦୁର୍ବୃତ୍ତମାନେ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରିଛନ୍ତି।  ଏ ସମ୍ପର୍କରେ ହୋଟେଲ ମାଲିକ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି।

ସମୁଦ୍ରକୂଳ ଥାନା ରେଣୁକା ଗଳିରେ ଥିବା ନାଡ଼ୁଗୋପାଳ ପ୍ୟାଲେସ୍‌ର ମାଲିକ ନିଶିକାନ୍ତ ଦାସ (୫୦) ରେଣୁକା ଗଳିରେ ଏକ ଘରର କିଛି ଅଂଶରେ ସପରିବାର ରହୁଥିବା ବେଳେ ଅନ୍ୟ କିଛି ଅଂଶକୁ ଭଡ଼ାରେ ଦେଇଛନ୍ତି। ତେବେ ପ୍ରାୟ ୬ ମାସ ହେବ ସନ୍ତୋଷ ନାୟକ, ସୁଜନ ନାୟକ, ଶମ୍ଭୁ ନାୟକ ଓ ମାନସ ନାୟକ ଆସି ତାଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ପ୍ରତିବର୍ଷ ଏକ ଲକ୍ଷ ଟଙ୍କା ଲେଖାଏଁ ବଟି ଦେଲେ ହିଁ ହୋଟେଲ ଭଡ଼ାରେ ଲାଗିପାରିବ ବୋଲି ଧମକ ଦେଉଛନ୍ତି। କେବଳ ସେତିକି ନୁହେଁ, ବଟି ନଦେଲେ ଝିଅକୁ ଉଠାଇନେବେ ବୋଲି ଧମକ ଦେଇଛନ୍ତି। ତାଙ୍କ ପତ୍ନୀ ବିରୋଧ କରିବାରୁ ସେମାନେ ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଟଣାଓଟଣା କରିଛନ୍ତି।  ଯିଏ ତାଙ୍କ ବିରୋଧରେ ଅଭିଯୋଗ କରୁଛି, ତାଙ୍କ ନାମରେ ପାଲଟା ମିଥ୍ୟା ଜାତିଆଣ ଅଭିଯୋଗ କରି ନାକେଦମ କରାଉଛନ୍ତି। ଏ ନେଇ  ପୁଲିସ ୨୮୬/୨୪ରେ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe