ଧଉଳିରେ ମହିଳା ପର୍ଯ୍ୟଟକଙ୍କୁ ପ୍ରଥମେ ଅଶାଳୀନ ବ୍ୟବହାର ପ୍ରଦର୍ଶନ, ପରେ କ୍ଷମା ମାଗିଲେ ହୋଟେଲ ମାଲିକ

Advertisment
ଧଉଳିରେ ମହିଳା ପର୍ଯ୍ୟଟକଙ୍କୁ ପ୍ରଥମେ ଅଶାଳୀନ ବ୍ୟବହାର ପ୍ରଦର୍ଶନ, ପରେ କ୍ଷମା ମାଗିଲେ ହୋଟେଲ ମାଲିକ

ଧଉଳି: ଧଉଳି ଥାନା ଅଧୀନ ଲିଙ୍ଗିପୁରସ୍ଥିତ ଏକ ସାଉଥ ଇଣ୍ଡିଆନ ହୋଟେଲର ମାଲିକ ଜଣେ ମହିଳା ପର୍ଯ୍ୟଟକଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ମହିଳା ପର୍ଯ୍ୟଟକ ଧଉଳି ଥାନାରେ ପହଞ୍ଚି ଜଣାଇଥିଲେ। ଅଭିଯୋଗ ପାଇ ଧଉଳି ଥାନା ପୁଲିସ ଅଭିଯୁକ୍ତ ହୋଟେଲ ମାଲିକଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା। ଥାନାରେ ହୋଟେଲ ମାଲିକ ନିଜର ଭୁଲ ସ୍ବୀକାର କରିବା ସହ ପର୍ଯ୍ୟଟକଙ୍କୁ କ୍ଷମା ମାଗିବା ପରେ ପୁଲିସ ତାଙ୍କୁ ଛାଡ଼ିଥିଲା।

publive-image

ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଆସାମରୁ ତାଙ୍କ ବାପାଙ୍କ ସହ ଆସିଥିବା ଜଣେ ଯୁବତୀ ଶାନ୍ତିସ୍ତୁପ ବୁଲିବାକୁ ଆସିଥିଲେ। ସେ ଏକ କାର୍‌ରେ ଭଡ଼ାରେ ଧଉଳିକୁ ପହଞ୍ଚିଥିଲେ। ଏଠାରେ ସେ ପରିବାର ଲୋକଙ୍କ ସହିତ ପାଖାପାଖି ଏକ ଘଣ୍ଟା ବୁଲାବୁଲି କଲେ। ଏହା ପରେ ଲିଙ୍ଗିପୁରସ୍ଥିତ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରେ ହୋଟେଲରୁ ଜଳଖିଆ ମଗାଇଥିଲେ। ଏଥିସହିତ ବାହାରୁ ପାର୍ସଲରେ ଆଣିଥିବା ଆମିଷ ପ୍ଲେଟରେ ରଖି ଖାଇଥିଲେ। ହୋଟେଲ କର୍ମଚାରୀଙ୍କ ନଜରରେ ପଡ଼ିବାରୁ ସେମାନେ ପାଟିତୁଣ୍ଡ କରିଥିଲେ ଏବଂ  ଏସଂପର୍କରେ ମାଲିକଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ମାଲିକ ଘଟଣାର ସମାଧାନ କରିବା ପରିବର୍ତ୍ତେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ଯୁବତୀ ଜଣକ ନିଜର ଦୋଷ ସ୍ବୀକାର କରି ସରି କହିଥିଲେ। ହେଲେ ହୋଟେଲ ମାଲିକ ତାଙ୍କୁ ପ୍ଲେଟ ସଫା କରି ଯିବା ପାଇଁ କହି ହଇରାଣ କରିଥିଲେ। ଘଟଣାସ୍ଥଳ କେଉଁ ଥାନା ଅଞ୍ଚଳରେ ଯାଉଛି ସେସଂପର୍କରେ ଯୁବତୀ ଜଣକ ଜାଣିପାରିନଥିଲେ। ତେଣୁ ଅଭିଯୋଗ କରିବାକୁ ପ୍ରଥମେ ଶ୍ରୀ ଲିଙ୍ଗରାଜ ଥାନାକୁ ଯାଇଥିଲେ। ପରେ ଧଉଳି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe