ରାଜନଗର: ହୋଟେଲ ରୁମ୍ରେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଛାଡି ପଳାଇଥିଲେ ଡାକ୍ତର। ହୋଟେଲ କର୍ମଚାରୀ ଘର ସଫେଇ ସମୟରେ ଏହି ଅଳଙ୍କାର ପାଇଥିଲେ। ହୋଟେଲ ପକ୍ଷରୁ ଡାକ୍ତରଙ୍କୁ ସୂଚନା ଦିଆଯାଇଥିଲା।
ସୂଚନା ଦିଆଯିବା ଯାଏଁ ଡାକ୍ତର ସୁନା, ରୁପା ଅଳଙ୍କାର ଛାଡିଥିବା ନେଇ ଜାଣି ନଥିଲେ। ହୋଟେଲ ପକ୍ଷରୁ ସୂଚନା ପାଇବା ପରେ ଡାକ୍ତର ତାଙ୍କର ବୋଲି କହିଥିଲେ। ସୋମବାର ଡାକ୍ତର ତାଙ୍କ କର୍ମଚାରୀଙ୍କୁ ପଠାଇ ସୁନା ଓ ରୁପା ଅଳଙ୍କାର ନେଇଛନ୍ତି ।
ଆହୁରି ପଢ଼ନ୍ତୁ:Deputy Chief Minister: ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ
ସୂଚନା ମୁତାବକ ଭିତରକନିକାର ଡାଙ୍ଗମାଳ ଠାରେ ରହିଛି ହୋଟେଲ ସ୍ଵାଦ ଓ ଭିତରକନିକା ମ୍ୟାନଗ୍ରୋଭ୍ ହୋମ ଷ୍ଟେ। ପ୍ରାଚୀ ଶିକ୍ଷା ଫାଉଣ୍ଡେସନ ପକ୍ଷରୁ ହୋମ ଷ୍ଟେର ସମସ୍ତ ରୁମ୍ ୨୨ ତାରିଖ ଦିନ ବୁକ କରାଯାଇଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରମାନେ ହୋମ ଷ୍ଟେରେ ରାତ୍ରି ଯାପନ କରିଥିଲେ। ୨୩ ତାରିଖ ଦିନ ରୁମ୍ ଛାଡି ଯିବାପରେ ହୋଟେଲ କର୍ମଚାରୀମାନେ ରୁମ୍ ସଫେଇ କରିଥିଲେ।
ହୋଟେଲ କର୍ମଚାରୀଙ୍କ ବଦାନ୍ୟତା
ସଫେଇ ସମୟରେ ଏକ ରୁମ୍ରୁ ଗୋଟିଏ ସୁନା ଚେନ, ଦୁଇଟି ସୁନା ମୁଦି, ଦୁଇଟି ରୁପା ମୁଦି ଓ ଗୋଟିଏ ତମ୍ବା ମୁଦି ପାଇଥିଲେ। କର୍ମଚାରୀମାନେ ଅଳଙ୍କାର ଆଣି ହୋଟେଲ ମାଲିକଙ୍କୁ ଦେଇଥିଲେ। ହୋଟେଲ ମାଲିକ ଏ ସମ୍ପର୍କରେ ପ୍ରାଚୀ ଶିକ୍ଷା ଫାଉଣ୍ଡେସନର ଅଧିକାରୀଙ୍କୁ ଜଣାଇଥିଲେ। ପ୍ରାଚୀ ଶିକ୍ଷା ଫାଉଣ୍ଡେସନ ଅଧିକାରୀ ଏ ନେଇ ଡାକ୍ତରମାନଙ୍କୁ ଜଣାଇବା ପରେ ଜଣେ ଡାକ୍ତର ତାହା ଛାଡି ଆସିଥିବା କହିଥିଲେ ।
ସୋମବାର ପ୍ରାଚୀ ଶିକ୍ଷା ଫାଉଣ୍ଡେସନର କର୍ମଚାରୀ ରାଜନଗରରେ ପହଞ୍ଚି ହୋଟେଲ ମାଲିକଙ୍କ ଠାରୁ ସୁନା, ରୁପା ଅଳଙ୍କାର ଗ୍ରହଣ କରିଛନ୍ତି। ପ୍ରାଚୀ ଶିକ୍ଷା ଫାଉଣ୍ଡେସନ ପକ୍ଷରୁ ହୋଟେଲ କର୍ମଚାରୀଙ୍କ ସାଧୁତା ପାଇଁ ପ୍ରଶଂସା କରାଯାଇଛି ।
ଆହୁରି ପଢ଼ନ୍ତୁ:Dharmendra Passed Away: ଜନ୍ମଦିନ ପୂର୍ବରୁ ଚାଲିଗଲା ଜୀବନ, ୯୦ ବର୍ଷ ଛୁଇଁବା ଆଗରୁ ଶେଷନିଦ୍ରାରେ ହିନ୍ଦୀ ସିନେମାର ହି-ମ୍ୟାନ୍…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/24/hotel-staff-returns-gold-ornaments-worth-rs-2-lakh-doctor-left-them-in-room-2025-11-24-19-38-55.jpg)