ଗଛ ପଡ଼ି ଘର ଭାଙ୍ଗିଲା

ଗଛ ପଡ଼ି ଘର ଭାଙ୍ଗିଲା

କାଳିଆପାଣି : ସୁକିନ୍ଦା ତହସିଲ କାଙ୍କଡ଼ପାଳ ସର୍କଲ କାଳିଆପାଣି ମୌଜାର କାଳିଆପାଣି ସରକାରୀ ପ୍ରାଥମିକ ସ୍କୁଲ୍‌ ପାଖରେ ରହୁଥିବା ୨ ଅସହାୟ ମହିଳାଙ୍କ ଘର ଉପରେ ଏକ ବଡ଼ କୃଷ୍ଣଚୂଡ଼ା ଗଛ ଉପୁଡ଼ି ପଡ଼ିଛି। ପ୍ରଥମ ରଜ ଝଡ଼ବର୍ଷାରେ ମାଟି କାନ୍ଥ ଓ ସିମେଣ୍ଟ୍‌ ଟାଇଲ୍‌ ଛପର ଥିବା ଏହି ଘରର ଗୋଟିଏ ବଖରା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ବିଧବା ଶାଶୂ କାଞ୍ଚନ ପଲେଇ ଓ ତାଙ୍କ ବୋହୂ ବିଧବା ଖତି ପଲେଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି।

publive-image

ସ୍ବର୍ଗତ ବଟ ପଲେଇ ଓ ତାଙ୍କ ପୁଅ ଯୋଗୀଙ୍କ ମୃତ୍ୟୁ ପରେ ସଂପୃକ୍ତ ପରିବାର ଦୁଃଖକଷ୍ଟରେ ଚଳିଆସୁଥିବା ବେଳେ କାଳବୈଶାଖୀ ଝଡ଼ ସେମାନଙ୍କ ଉପରେ ଦାଉ ସାଧିଛି। ତୁରନ୍ତ କ୍ଷୟକ୍ଷତି ଆକଳନ ସହ ସେମାନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe