Daily Times
ଖଡ଼ିଆଳ: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମରେ ନିଆଁ ଲାଗି ସାରୁ ବାଗଙ୍କ ଘର ଭସ୍ମୀଭୂତ ହୋଇଛି। ସାରୁଙ୍କ ପରିବାର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସୋମବାର ଅପରାହ୍ନ ୧୨ଟାରେ ସମସ୍ତେ କାମ କରିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା।
ଖଡ଼ିଆଳ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଆସବାବପତ୍ର ସହ ଘର ପୋଡ଼ି ଭସ୍ମୀଭୂତ ହୋଇଥିଲା। ସାରୁଙ୍କ ପରିବାର ନିହାତି ଗରିବ ହୋଇଥିବାରୁ ତୁରନ୍ତ ତାଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
Follow Us