ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

Advertisment
ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

The Guardian

ନୂଆପଡ଼ା/ବୋଡ଼େନ: ବୋଡ଼େନ ଥାନା ବିନପୁର ଗ୍ରାମରେ ନିଆଁ ଲାଗି ପୁରିନ୍ଦ୍ର ଛତ୍ରିଆଙ୍କ ଘର ଭସ୍ମୀଭୂତ ହୋଇଯାଇଛି। ଆଜି ସକାଳେ କୌଣସି କାରଣରୁ ପୁରିନ୍ଦ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା। ପଡ଼ୋଶୀ ​ଲୋକଙ୍କ ସହାୟତାରେ ପୁରିନ୍ଦ୍ର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ବୋଡ଼େନ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ପୁରିନ୍ଦ୍ରଙ୍କ ଘରେ ଥିବା ସମସ୍ତ ଆସବାବପତ୍ର ସହ ଧାନଚାଉଳ ପୋଡ଼ି ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe