ହାଟଡିହି: ଲଘୁଚାପ ପ୍ରଭାବରେ ଆଜି ସକାଳୁ କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳରେ ବର୍ଷା ଲାଗି ରହିଛି। ଅପରାହ୍ଣ ୪ଟାବେଳେ ଖୁବ ଜୋରରେ ବର୍ଷା ହେବା ଯୋଗୁଁ ସମଣା ଗ୍ରାମରେ ଏକ ଚାଳଘର ଭୁଶୁଡ଼ି ପଡ଼ିଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗ୍ରାମର ରମେଶ କାଣ୍ଡିଙ୍କ ଚାଳଘର ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଘର ଭିତରେ ପୁଅ ସାଗର କାଣ୍ଡି ଖାଉଥିଲେ। ଅନ୍ୟ ସଦସ୍ୟମାନେ ଖଟ ଉପରେ ବସିଥିଲେ। ଉପରେ ଫ୍ୟାନ୍ ଚାଲୁଥିଲା। ସୌଭାଗ୍ୟକୁ କାହାର କିଛି କ୍ଷତି ହୋଇନାହିଁ।
ବର୍ଷାରେ ଭୁଶୁଡ଼ିଲା ଘର
Advertisment
Follow Us