ବଜେଟ୍‌ ସରିବା ପରେ ବସିବ ରେଳବାଇ ସଂକ୍ରାନ୍ତ ଗୃହ କମିଟି ବୈଠକ : ସୋମବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ

Advertisment

୧୧ ତାରିଖରେ ରେଳମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବ କମିଟି

୧୧ ତାରିଖରେ ରେଳମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବ କମିଟି

୧୦ ପରେ ପୁଣି ଥରେ ବସିବ ବିଧାନସଭା କମିଟି ବୈଠକ: ବାଚସ୍ପତି

Samachar Nama

ଭୁବନେଶ୍ବର : ଆଗରୁ ଗଲେନି। ଏବେ ମନେ ପଡ଼ିଲା। ସାଧାରଣ ବଜେଟ୍‌ରେ ଓଡ଼ିଶାର ରେଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦାବି ମୁତାବକ କେନ୍ଦ୍ର ସରକାର ଦେଇନାହାନ୍ତି। ଏହାକୁ ନେଇ ଆସନ୍ତା ୧୦ ତାରିଖ ସୋମବାର ଦିନ ଚଳିତବର୍ଷର ପ୍ରଥମ ରେଳବାଇ ସଂକ୍ରାନ୍ତ ଗୃହ କମିଟି ବୈଠକ ବସିବ। କେନ୍ଦ୍ର ସରକାରଙ୍କ ଅବହେଳା ନେଇ ବୈଠକରେ ତର୍ଜମା କରାଯିବା। ବିଧାନସଭା ସ୍ଥିତ ୫୪ ନମ୍ବର ପ୍ରକୋଷ୍ଠରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୃହ କମିଟି ବୈଠକରେ ଯୋଗଦେବା ପାଇଁ ସଦସ୍ୟମାନଙ୍କୁ ବିଧାନସଭା ପକ୍ଷରୁ ଚିଠି କରାଯାଇଛି। ଆସନ୍ତା ୧୧ ତାରିଖ ସନ୍ଧ୍ୟା ୭ଟାରେ ନୂଆ ଦିଲ୍ଲୀସ୍ଥିତ ରେଳ ଭବନରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ରାଜ୍ୟରେ ରେଳର ବିକାଶ ପାଇଁ ବିଭିନ୍ନ ଦାବି ସମ୍ପର୍କିତ ସ୍ମାରକ ପତ୍ର କମିଟି ପ୍ରଦାନ କରିବେ ବୋଲି ଆପାତତଃ ସ୍ଥିର ହୋଇଛି।୩୮ ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କୃଷି ମନ୍ତ୍ରୀ ଅରୁଣ ସାହୁ, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ପ୍ରଦୀପ କୁମାର ଅମାତ୍‌, କିଶୋର ମହାନ୍ତି, ପ୍ରଫୁଲ୍ଲ ସାମଲ, ଦେବୀ ପ୍ରସାଦ ମିଶ୍ର, ଶଶିଭୂଷଣ ବେହେରା, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ ମହାରଥୀ, ଅମର ପ୍ରସାଦ ଶତପଥୀ, ଭୂପିନ୍ଦର ସିଂହ, ପ୍ରତାପ କେଶରୀ ଦେବ, ପ୍ରଣବ କୁମାର ବଳବନ୍ତରାୟ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୁବ୍ରତ ତରାଇ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ, ଲକ୍ଷ୍ମଣ ମୁଣ୍ଡା, ଶଙ୍କର ଓରାମ୍‌ ଓ ମକରନ୍ଦ ମୁଦୁଲି ସଦସ୍ୟ ଅଛନ୍ତି। ପ୍ରତିବର୍ଷ କେନ୍ଦ୍ର ବଜେଟ୍‌ ପୂର୍ବରୁ ରାଜ୍ୟରେ ରେଳ ବିକାଶ ପାଇଁ ସରକାର ଦାବି କରିଥାନ୍ତି। ଏ ନେଇ ମଧ୍ୟ ପୂର୍ବରୁ ଗୃହ କମିଟି ବୈଠକରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ କିମ୍ବା ରେଳମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥାଏ। କିନ୍ତୁ ଚଳିତ ଥର ସମୟ ଥାଇ ବି ଗୃହ କମିଟି ବୈଠକ ବସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe