ଆଗରୁ ଘରର କିଛି ଅଂଶ ଭାଙ୍ଗିଥିଲା, ଏବେ ପୂରା ମାଟିରେ ମିଶେଇ ଦେଲା ଦନ୍ତା

Advertisment
ଆଗରୁ ଘରର କିଛି ଅଂଶ ଭାଙ୍ଗିଥିଲା, ଏବେ ପୂରା ମାଟିରେ ମିଶେଇ ଦେଲା ଦନ୍ତା

ଘୁ. ଉଦୟଗିରି: ହାତୀ ଆତଙ୍କ କମିବାର ନାଁ ନେଉନି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ। ୨୫ଟିକିଆ ହାତୀପଲ ଦୀର୍ଘ ଦିନ ବୁଲି ବୁଲି ବ୍ୟାପକ କ୍ଷୟକ୍ଷତି କରିବା ସହ ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ଟିକାବାଲି ବନାଞ୍ଚଳକୁ ପଳେଇଥିବା ବେଳେ ଦନ୍ତାହାତୀ ବାଟବଣା ହୋଇ ପୁଣି ଏହି ଅଞ୍ଚଳରେ ଘୁରି ବୁଲୁଛି। କେତେବେଳେ କଦଳୀ ବଗିଚାରେ ପଶି କଦଳୀ ଗଛ ନଷ୍ଟ କରୁଛି ତ କେତେବେଳେ କାହାର ଘର ଭାଙ୍ଗୁଛି। ଗୋଟିଏ ଦନ୍ତା କଳିଙ୍ଗା ପଞ୍ଚାୟତର ରେତୁଡି ଗ୍ରାମରେ ଗୋଟିଏ ଦିନ ପୂର୍ବରୁ ଗୋଟିଏ ଘର ଏବଂ କଦଳୀ ବାଡ଼ ନଷ୍ଟ କରିଥିବା ଖବର ମିଳିଥିଲା

ସେଇଭଳି ଅନ୍ୟ ଏକ ଦନ୍ତାହାତୀ କଳିଙ୍ଗା ପଞ୍ଚାୟତର ଗଦିଙ୍ଗିଆ ରେ ବୁଲୁଥିବା ବେକେ ସେଇ ପାଖରେ ଏକ କୁଡ଼ିଆ ଘରକୁ କିଛି ଅଂଶ ଭାଙ୍ଗିଥିବା ବେଳେ ଗତ ରାତିରେ ପୁଣି ସେଇ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶେଇ ଦେଇଛି। ଏହି ଘରଟି ହେଉଛି କଳିଙ୍ଗା ତାରାବାଡି ଗ୍ରାମର ପ୍ରଫୁଲ ନାୟକଙ୍କର। ସେ ଗଦିଙ୍ଗିଆ ନିକଟରେ ନିଜ ଚାଷ ଜମିରେ ଚାଷ କରିବା ସହ ଫସଲ ରଖିବା ଏବଂ ରହିବା ନିମନ୍ତେ ଏକ ଘର ନିର୍ମାଣ କରି ରହୁଥିଲେ। ସେଇ ଘରଟି ସମ୍ପୂର୍ଣ୍ଣ ମାଟିରେ ମିଶେଇ ଦେଇଛି ଦନ୍ତା। ଫଳରେ ପ୍ରଫୁଲ ଏବଂ ଚିନ୍ତାରେ କରିବେ କଣ କେମିତି ରହିବେ କେଉଁଠି ରହିବେ? ଦନ୍ତାର ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି ନିଜ ସ୍ଥାନକୁ ଫେରିବାକୁ ସେ ବାଟ ନ ପାଇ ଏଣେତେଣେ ଘୁରି ବୁଲୁଛି।ନିଜ ସହଚର ହାତୀପଲ ଙ୍କୁ ଖୋଜି ବୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe