ଲାଞ୍ଜିଗଡ଼ରେ ହାତୀ ଉପଦ୍ରବ; ଭାଙ୍ଗିଲେ ଘର, ଖାଇଲେ ଧାନ

Advertisment
ଲାଞ୍ଜିଗଡ଼ରେ ହାତୀ ଉପଦ୍ରବ; ଭାଙ୍ଗିଲେ ଘର, ଖାଇଲେ ଧାନ

ଲାଞ୍ଜିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ ମୂଷାନାଲ ସେକ୍ସନ କାନକୁଟରୁ ପଞ୍ଚାୟତ ତଳକାକେଶ୍ୱର ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ଆଠ ଘରିଆ ହାତୀପଲ ତଳକାଳେଶ୍ୱର ଗାଁକୁ ପଶି ପ୍ରଥମେ ରହି ମାଝୀଙ୍କ ଘର ଭାଙ୍ଗିବା ପରେ ଚୈତୁ ମାଝୀ, ପୂର୍ଣ୍ଣ ମାଝୀ, ଟୁକୁଲି ମାଝୀ ଓ ଶୁକ୍ରୁ ମାଝୀଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ଖାଇ ଆବାସପତ୍ର ନଷ୍ଟ କରିଦେଇଛନ୍ତି। ଖବରପାଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ଓ କର୍ମଚାରୀ ଗାଁରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥିସହ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଥିବା ଶ୍ରୀ ମାଝୀ କହିଛନ୍ତି। ସେହିପରି କାନକୁଟୁରୁ ସରପଞ୍ଚ ବନମାଳୀ ମାଝୀ କ୍ଷତିଗ୍ରସ୍ତ ପରିବାରଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe