ବାଲିପାଟଣା: ମଙ୍ଗଳବାର ବିଳମ୍ବିତ ରାତିରେ ବାଲିପାଟଣା ଥାନା ନରିଶୋରେ ବେଆଇନ ଭାବେ ଚାଲିଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ  ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ମୃତକ ହେଲେ ଅଭିନା କାଣ୍ଡି। ସଙ୍କଟାପନ୍ନ ଅବସ୍ଥାରେ ମୁନା ଭୋଇ, ପ୍ରମୋଦ ସାହୁ ଓ ରମେଶ ତିଆଡ଼ିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା ବାଣ ନୁହେଁ, ବୋମା ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତଦନ୍ତ ଜାରି ରହିଥିବାବେଳେ ପୁଲିସ ଏ ନେଇ କିଛି ସ୍ପଷ୍ଟ କରିନାହିଁ। ଘଟଣାସ୍ଥଳରେ ନିଆଳି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ୨୦୧୮ ନଭେମ୍ବର ୧ ତାରିଖରେ ବନମାଳୀପୁର ନୂଆସାହିର ଜ୍ଞାନରଞ୍ଜନ ମିଶ୍ରଙ୍କ ବେଆଇନ ବାଣ କାରଖାନା ବିସ୍ଫୋରଣର ଏହା ପୁନରାବୃତ୍ତି ବୋଲି କୁହାଯାଉଛି।

Advertisment

ଶୌଚାଳୟ ପରିଚାଳନାରେ ଆସିନି ସୁଧାର: ୩୦ଲକ୍ଷ ପାଣିରେ, ୪ଟି ଖତ ଖାଇଲାଣି

ଜଣେ ମୃତ, ୩ ଅର୍ଦ୍ଧଦଗ୍ଧ
ପୂର୍ବରୁ ମୃତକଙ୍କ ମା’ ଓ ଭାଇ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିଲେ

ବନମାଳୀପୁର ଫାଣ୍ଡି ଅଧୀନ ନରିଶୋ ନିଧିସାହିରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପ୍ରଭାବରେ ଆଖପାଖ ଅଞ୍ଚଳ ଥରି ଉଠିବା ସହ ମାଇଲ ଦୂରକୁ ଶୁଭିଥିଲା। ବାଣ ଭିଡ଼ିବା ବେଳେ ହଠାତ ବିସ୍ଫୋରଣ ଘଟି ୪ ଜଣ ପୋଡ଼ି ଯାଇଥିଲେ। ସମସ୍ତଙ୍କୁ ନିଆଳି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଅଭିନାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବନମାଳୀପୁର ଫାଣ୍ଡି ଅଧିକାରୀ ରାକେଶ ସାମଲଙ୍କଠାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛି ବର୍ଷ ତଳେ ବାଣ ବିସ୍ଫୋରଣରେ ଅଭିନାଙ୍କ ବୋଉ ଓ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପୂର୍ବରୁ ଅଭିନା ବେଆଇନ ବାଣ କାରବାର ଅଭିଯୋଗରେ ଗିରଫ ହୋଇଥିଲେ। ଜାମିନ୍‌ରେ ବାହାରିବା ପରେ ଲୁଚାଛପାରେ ବାଣ ପ୍ରସ୍ତୁତ କରୁଥିଲେ। ୭ ବର୍ଷ ତଳେ ନୂଆସାହି ଗ୍ରାମର ଜ୍ଞାନରଞ୍ଜନ ମିଶ୍ରଙ୍କ ବାଣ କାରଖାନାରେ ଅନୁରୂପ ବିସ୍ଫୋରଣ ହୋଇ ତାଙ୍କ ପତ୍ନୀ ରଶ୍ମିତାଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା।

Forest: ଜଙ୍ଗଲ ସୁରକ୍ଷା ସହ ଜୀବିକା ବିକାଶ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଗାଁ’ଠାରୁ କିଛି ଦୂରରେ ଥିବା ଏକ ଖୋଲା ସ୍ଥାନରେ ଏହି ବେଆଇନ ବାଣ କାରଖାନା ଦୀର୍ଘ ବର୍ଷ ହେବ ଚାଲି ଆସୁଥିଲା। ବିବାହ ଓ ପର୍ବପର୍ବାଣି ଋତୁ ଥିବାରୁ ସେଠାରେ ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ଗଚ୍ଛିତ ଥିଲା। ଘରଟି ସମ୍ପୂର୍ଣ ଭାଙ୍ଗି ଧୂଳିସାତ ହୋଇଯାଇଛି। ପୂର୍ବରୁ ବାଲିପାଟଣା ଅଞ୍ଚଳରେ ବହୁବାର ବିସ୍ଫୋରଣ ଘଟିଥିଲେ ମଧ୍ୟ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଏବେ ବି ଅନେକ ସ୍ଥାନରେ ବେଆଇନ ବାଣ କାରଖାନା ଚାଲିଛି।