ଖଣ୍ଡପଡ଼ା ପଥରଦ୍ୱାର ଗାଁରେ ଅଗ୍ନିକାଣ୍ଡ; ୮ ବଖରା ଘର ଭସ୍ମୀଭୂତ

ଖଣ୍ଡପଡ଼ା ପଥରଦ୍ୱାର ଗାଁରେ ଅଗ୍ନିକାଣ୍ଡ; ୮ ବଖରା ଘର ଭସ୍ମୀଭୂତ

ଖଣ୍ଡପଡ଼ା: ଗତ ରାତି ପ୍ରାୟ ୧୨ଟା ବେଳେ ଖଣ୍ଡପଡ଼ା ବ୍ଲକ୍‌ ବେଣାଗାଡ଼ିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଥରଦ୍ୱାର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ପୋଡ଼ିଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ପ୍ରଥମେ ବିଭୁପ୍ରସାଦ ବିଶ୍ୱାଳଙ୍କ ଘରେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ବିଭୁପ୍ରସାଦଙ୍କ ଘରୁ ନିଆଁ ଅନ୍ୟ ୫ଜଣ ପଡ଼ୋଶୀଙ୍କ ଘରକୁ ଚରି ଯାଇଥିଲା।

publive-image

ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କିନ୍ତୁ, ସେତେବେଳକୁ ୬ ପରିବାରଙ୍କର ଘରେ ଥିବା ବହୁ ସାମଗ୍ରୀ ସମେତ ଆସବାବପତ୍ର ପୋଡ଼ି ଅଙ୍ଗାର ହୋଇଯାଇଥିଲା।

ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ବିଜୁଳି ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe