ମହାନଦୀ ଉପରେ ଗୃହ କମିଟି ବୈଠକ ଆଜି

Advertisment

ନରସିଂହ ନୁହେଁ, ତାରା ଯୋଗଦେବେ

ନରସିଂହ ନୁହେଁ, ତାରା ଯୋଗଦେବେ

ମହାନଦୀ ଉପରେ ଗୃହ କମିଟି ବୈଠକ ଆଜି

ଭୁବନେଶ୍ୱର : ଆସନ୍ତାକାଲି ପୂର୍ବାହ୍ନରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳବିବାଦ ଉପରେ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଆସନ୍ତକାଲିର ଏହି ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଉନାହାନ୍ତି। କିନ୍ତୁ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତଥା ଗୃହ କମିଟି ସଦସ୍ୟ ତାରାପ୍ରସାଦ ବାହିନୀପତି ଏଥିରେ ଯୋଗ ଦେଉଛନ୍ତି। ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ କହିବାନୁସାରେ ସେ ଏହି ବୈଠକକୁ ବିରୋଧ କରୁନାହାନ୍ତି। କିନ୍ତୁ ପୂର୍ବରୁ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ସେ ଏଥିରେ ଯୋଗଦେବାକୁ ସମର୍ଥ ହୋଇପାରୁନାହାନ୍ତି। ତେବେ ଗୃହ କମିଟି ନେବାକୁ ଥିବା ନିଷ୍ପତ୍ତିକୁ ସେ ଗ୍ରହଣ କରିନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe