କଳିଙ୍ଗନଗରରେ ସୁଲଭ ଗୃହ ଯୋଜନାକୁ ମଞ୍ଜୁରି

କଳିଙ୍ଗନଗରରେ ସୁଲଭ ଗୃହ ଯୋଜନାକୁ ମଞ୍ଜୁରି

ଭୁବନେଶ୍ୱର : ଯାଜପୁର ଜିଲ୍ଲା କଳିଙ୍ଗନଗରରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ଯୋଜନା କରାଯିବ। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବିସ୍ତତ ବିକାଶମୂଳକ ଯୋଜନା ବା ସିଡିପିକୁ ନେଇ ଗଠିତ ପ୍ରଥମ କ୍ଷମତା ସଂପନ୍ନ କମିଟି ୨.୭୯ ଏକର ଜମିରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପକୁ ଅନୁମୋଦନ ଦେଇଛି। କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଇଡ୍‌କୋ ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ କରିବ।

ସୂଚନାଯୋଗ୍ୟ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷର ପରିଚାଳନା ଅଧୀନରେ ରହିଛି ୧୬୧ଟି ରାଜସ୍ୱ ଗ୍ରାମର ପ୍ରାୟ ୪୫୮.୭୮ ବର୍ଗ କି.ମି.। ବ୍ୟାସନଗର ତହସିଲର ଉପରଗର ମୌଜାରେ ଅନୁମୋଦିତ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହା ସରକାରୀ-ଘରୋଇ ସହଭାଗିତା ଭିତ୍ତିରେ ନିର୍ମାଣ କରାଯିବ। ଏଥିରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ୪୮୦ଟି ଘର ରହିବ। କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଥିବା ଜମି ଯେପରି ଜବରଦଖଲମୁକ୍ତ ହୋଇରହେ, ସେ ଦିଗରେ ଯତ୍ନବାନ ହେବାକୁ ମୁଖ୍ୟ ସଚିବ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe