ବିଲୁପ୍ତ ଅବସ୍ଥାରେ ଘରଚଟିଆ: ପୂର୍ବ ଭଳି ଆଉ ଶୁଭୁନାହିଁ ଚିକିରି ମିକିରି ଡାକ

ବିଲୁପ୍ତ ଅବସ୍ଥାରେ ଘରଚଟିଆ: ପୂର୍ବ ଭଳି ଆଉ ଶୁଭୁନାହିଁ ଚିକିରି ମିକିରି ଡାକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ କିଛି ବର୍ଷ ପୂର୍ବେ ଘରଚଟିଆ ଦେଖିବାକୁ ମିଳୁଥିଲା। ଘର ଅଗଣାରେ ଧାନ, ମାଣ୍ଡିଆ ତଥା ଅନ୍ୟାନ୍ୟ ଶସ୍ୟ ସୁଖେଇଲେ ଜଣେ ଲୋକ ବାଡ଼ି ଧରି ଜଗିବା ପାଇଁ ପଡୁଥିଲା। କାଳେ ସୁଖେଇ ଥିବା ଶସ୍ୟକୁ ଘର ଚଟିଆ ଆସି ଖାଇଯିବେ ବୋଲି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବିଲୁପ୍ତ ହେବାକୁ ବସିଲାଣି ଘରଚଟିଆ। ଆଉ ଶୁଭୁନାହିଁ ଘର ଚାଟିଆର ଚିକିରି ମିକିରି ଡାକ।

ମଣିଷ ସମାଜ ତଥା ଚାଷୀର ପରମ ବନ୍ଧୁ ଭାବେ ବେଶ ଜଣାଶୁଣା ଏହି ଘରଚଟିଆ ଗାଁ ଗହଳିରେ ଆଉ ଦେଖିବାକୁ ମିଳୁ ନାହାନ୍ତି। ଗାଁରେ ଥିବା ଚାଲିଆ ଘରେ ଘରଚଟିଆ ବାସ କରି ରହୁଥିଲେ। ବର୍ତ୍ତମାନ ଗାଁ ଗହଳିରେ ପ୍ରାୟ ଚାଲିଆ ଘର ନଥିବା ଯୋଗୁଁ ଏହି ପକ୍ଷୀ ଆଉ ଦେଖା ଯାଉ ନାହାନ୍ତି। ଏହା ମଧ୍ୟ ଘରଚଟିଆ ବିଲୁପ୍ତ ହେବାର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ।

ସେହିପରି ଜଙ୍ଗଲ ଓ ପରିବେଶ ସନ୍ତୁଳନ ହରେଇବା ସହ ଗାଁ ଗାଁରେ କଂକ୍ରିଟ ରାସ୍ତା ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଘରଚଟିଆ ଗୋଟିଏ ଛୋଟିଆ ପକ୍ଷୀ ହୋଇଥିଲେ ମଧ୍ୟ ଲୋକ ମାନଙ୍କ ବେଶ ଖୁସି ଉନ୍ମୋଚନ ସୃଷ୍ଟି କରିଥାଏ। ଘର ଚାଲିଆରେ ବସା ବାନ୍ଧି ଚିକିରି ମିକିରି ଶବ୍ଦ କରି ଘର ଚାରି ପାଖେ ବୁଲିବା ଥାଏ ଘରଚଟିଆ।ସତେ ଯେପରି ଲୋକମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି। ତେଣୁ ବଣ ଜଙ୍ଗଲରେ ନରହି ଲୋକ ରହୁଥିବା ଚାଲିଆ ଘରେ ବସା କରିଥାଏ। ସମୟର ପରିବର୍ତ୍ତନ ହେବା ସହ ସବୁ କିଛି ବଦଳି ଗଲାଣି। ପ୍ରଶାସନ ପକ୍ଷରୁ କଚ୍ଚା ଘର ଗୁଡିକୁ ପକ୍କା ଘର କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ପ୍ରଶାସନ ଏହା ଘୋଷଣା କରିବା ପରେ ଲୋକମାନଙ୍କ ପାଇଁ ଖୁସି ଆଣି ଦେଇଥିବା ବେଳେ ଘରଚଟିଆ ପାଇଁ ଏହା କାଳ ସାଜିଛି।

ପ୍ରାୟ ଚାଳଘର ପକ୍କା ଘରରେ ପରିବର୍ତ୍ତନ ହେବା ପରେ ଘରଚଟିଆଙ୍କ ସଂଖ୍ୟା କମିଯାଉଛି। ଖାଲି ସେତିକି ନୁହଁ ବହୁଳ ମାତ୍ରାରେ ମୋବାଇଲ ବ୍ୟବହାର ଯୋଗୁଁ ଟାୱାରରୁ ବାହାରୁଥିବା ତରଙ୍ଗ ଯୋଗୁଁ ଘରଚଟିଆଙ୍କ ସଂଖ୍ୟା ବିଶେଷ ଭାବରେ କମି ଯାଉଥିବା ମଧ୍ୟ କୁହାଯାଉଛି। ଘରଚଟିଆ ମାନଙ୍କ ସୁରକ୍ଷା ଓ ସେମାନଙ୍କ ବଂଶ ବୃଦ୍ଧି ପାଇଁ ସ୍ବେଛାସେବୀ ଅନୁଷ୍ଠାନ ଏବଂ ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe