କାଳବୈଶାଖୀରେ ଭାଙ୍ଗିଲା ଘର, ଉପୁଡ଼ିଲା ଟ୍ରାନ୍‌ସଫର୍ମର

କାଳବୈଶାଖୀରେ ଭାଙ୍ଗିଲା ଘର, ଉପୁଡ଼ିଲା ଟ୍ରାନ୍‌ସଫର୍ମର

ହାଟଡିହି : ହାଟଡିହି ବ୍ଲକ୍‌ ସମଣା ପଞ୍ଚାୟତ ତେଲସିଙ୍ଗା ଗ୍ରାମରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଝଡ଼ତୋଫାନରେ ଗୋଟିଏ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଉପୁଡ଼ିବା ସହ ଗଛ ପଡ଼ି ଅନେକ ଘର ଭାଙ୍ଗିଛି। ରବିବାର ଅପରାହ୍‌ଣ ୪ଟାବେଳେ ହଠାତ୍‌ ବର୍ଷା ହେବା ସହ ଖୁବ ଜୋରରେ ପବନ ହୋଇଥିଲା। ଗାଁରେ ଦୁଇବର୍ଷ ତଳେ ଲାଗିଥିବା ଏକ ଟ୍ରାନ୍‌ସଫର୍ମର ଉପରେ ଏକ ଗଛ ଉପୁଡ଼ି ପଡ଼ିବାରୁ ଟ୍ରାନ୍‌ସଫର୍ମରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସେହିପରି ଗାଁର ଦେବାନନ୍ଦ ଶତପଥୀଙ୍କ ଘର ଉପରେ ଏକ ଗଛ ପଡ଼ିବାରୁ ଘର ଭାଙ୍ଗିଯାଇଛି। ନରହରି ପାଢ଼ୀଙ୍କ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଗାଁର ଅନେକ ଲୋକଙ୍କ ଚାଳଛପର ଉଡ଼ିଯାଇଥିବା ସୂଚନା ମିଳିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe