ରେକୁଟିଆରେ ପୁଣି ଘରପୋଡ଼ି, ପୁଲିସ ମୁତୟନ

Advertisment
ରେକୁଟିଆରେ ପୁଣି ଘରପୋଡ଼ି, ପୁଲିସ ମୁତୟନ

ଆନନ୍ଦପୁର : ସରକାରୀ ଜମିରେ ଘର ନିର୍ମାଣକୁ ନେଇ ଘସିପୁରା ଥାନା ରେକୁଟିଆରେ ବିବାଦ ବଢ଼ିବାରେ ଲାଗିଛି। ପୂର୍ବରୁ କୁଶଳେଶ୍ବର କଲେଜ ପଛପଟେ ଥିବା ଗୋପବନ୍ଧୁ ଜେନାଙ୍କ ଘରକୁ ୮ ତାରିଖ ରାତିରେ ଦୁର୍ବତ୍ତମାନେ ପୋଡ଼ି ଦେଇଥିଲେ। ଏନେଇ ଗୋପବନ୍ଧୁଙ୍କ ପତ୍ନୀ ତଅପୋଇ ଜେନା ଗତକାଲି ଘସିପୁରା ଥାନାରେ ଏତଲା ଦେଇଥିଲେ। ଏହାକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇପାରି ନାହିଁ।

ଅନ୍ୟପକ୍ଷରେ ଗତକାଲି ରାତିରେ ଗ୍ରାମର ଆଉଜଣେ ବ୍ୟକ୍ତିଙ୍କ ଘରକୁ ପୋଡ଼ି ଦିଆଯାଇଛି। ଏହି ସମୟରେ ପରିବାର ଲୋକେ ଘରେ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଗ୍ରାମରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe