ଚଳିତ ଆର୍ଥକ ବର୍ଷରେ ସବୁ ଭୂମିହୀନ ପରିବାରକୁ ଘରଡିହ ଜମି

Advertisment
ଚଳିତ ଆର୍ଥକ ବର୍ଷରେ ସବୁ ଭୂମିହୀନ ପରିବାରକୁ ଘରଡିହ ଜମି

ଭୁବନେଶ୍ୱର : ୨୦୧୮ ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ୧,୦୬,୮୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତି ପ୍ରାଥମିକ ଭାବେ ଚିହ୍ନଟ ହୋଇଥିଲେ। ଆବଶ୍ୟକ ଯାଞ୍ଚ୍ ପରେ ‌ତାହା ମଧ୍ୟରୁ ୪୯,୧୩୬ ଜଣ ବ୍ୟକ୍ତି ଘରଡିହ ଜମି ପାଇବା ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ। ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୪୭,୪୬୪ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦିଆଗଲାଣି। ୧୦.୨୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦେବାକୁ ବାକି ଅଛି। ସେମାନଙ୍କୁ ଚଳିତ ଆର୍ଥିକ ବର୍ଷ ‌େଶଷ ସୁଦ୍ଧା ଘରଡିହ ଜମି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଧାନସଭାରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe