ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ନିଆଁ ଲାଗି ଜଳିଗଲା ୫ ବଖରା ଘର ସହ ଏକ ଭେରାଇଟି ଷ୍ଟୋର

Advertisment
ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ନିଆଁ ଲାଗି ଜଳିଗଲା ୫ ବଖରା ଘର ସହ ଏକ ଭେରାଇଟି ଷ୍ଟୋର

ଦଶରଥପୁର : ଦଶରଥପୁର ବ୍ଲକ ଥାଲକୁଡ଼ି ପଞ୍ଚାୟତ କରାଣ୍ଡିପୁର ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୫ ବଖରା ଛପର ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ପ‌ାଉଁଶ ହୋଇଯାଇଛି।

ରବିବାର ଦିନ ଦଶରଥପୁର ବ୍ଲକ ଥାଲକୁଡ଼ି ପଞ୍ଚାୟତ କରାଣ୍ଡିପୁରର ଏସକେ ଶାମସୁଦ୍ଦିନ ଓ ତାଙ୍କ ପଡ଼ୋଶୀ ଏସ୍‌କେ ଜାମ୍‌ସୁଦ୍ଦିନଙ୍କ ଘରେ ରାତି ପ୍ରାୟ ୩ଟାରେ ନିଆଁ ଲାଗିଯାଇଥିଲା। ଏସକେ ଶାମସୁଦ୍ଦିନଙ୍କ ଘରେ ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ନିଆଁ ଲାଗିଥିଲା। ଶାମସୁଦ୍ଦିନଙ୍କ ପରିବାର ଲୋକେ ବାହାରି ପାଖ ପଡ଼‌ୋଶୀଙ୍କୁ ଡାକ ପକାଇଥିଲେ। ମାତ୍ର ଘର ଉପର ଦେଇ ଯାଇଥିବା ବିଦ୍ୟୁତ ତାରରୁ ନିଆଁ ବାହାରୁଥିବା ଦେଖି କେହି ନିଆଁ ଲିଭାଇବାକୁ ସାହସ କରି ପାରି ନଥିଲେ। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବାକୁ ସ୍ଥାନୀୟ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଯୋଗାଯୋଗ ହୋଇନପାରିବାରୁ ପଡୋଶୀ ଏସ୍ କେ ଜାମସୁଦ୍ଦିନଙ୍କ ଛଣଛପର ଘର ମଧ୍ୟ ଚାହୁଁଚାହୁଁ ପୋଡ଼ିଯାଇଥିଲା। ଘରୁ କୌଣସି ସାମଗ୍ରୀ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଶାମସୁଦ୍ଦିନ ନିଜ ଝିଅ ବିବାହ ପାଇଁ ରଖିଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଦଶରଥପୁର ଅଗ୍ନିଶମ କର୍ମଚାରୀ ନିଆଁକୁ ଲିଭାଇଥିଲେ ହେଁ ସବୁ ଜଳିପୋଡ଼ିଯାଇଥିଲା।

publive-image

ସେହିପରି ଅନ୍ୟଏକ ଘଟଣାରେ ଧର୍ମଶାଳା ବ୍ଲକ କବାଟବନ୍ଧ ମଠଛକରେ ଥିବା ଏକ ଭେରାଇଟି ଷ୍ଟୋରରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। କବାଟବନ୍ଧ କୁମ୍ଭାରସାହି ଗ୍ରାମର ଅନିରୁଦ୍ଧ ରଣା ମଠଛକ ନିକଟରେ ଏକ ବଡ଼ କ୍ୟାବିନରେ ୨୫ ବର୍ଷହେଲା ଦୋକାନ କରିଥିଲେ। ବିଦ୍ୟୁତ୍‌ ସର୍ଟ ସର୍କିଟରୁ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଫଳରେ କ୍ୟାବିନ ଭିତରେ ଥିବା ୨ଟି ଫ୍ରିଜ୍, ୨୦ ହଜାର ଟଙ୍କାର ମୃଦୁପାନୀୟ, ୩ ଟି ଡିଜିଟାଲ ଓଜନ କଣ୍ଟା ସମେତ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବା ଅନିରୁଦ୍ଧ କହିଛନ୍ତି। ଖବର ପାଇ ଚଢ଼େଇଧରାରୁ ଅଗ୍ନିଶମ ବାହିନୀ ଭୋର ସମୟରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ସବୁ ପୋଡ଼ିଯାଇଥିଲା। ସୋମବାର ପୂର୍ବାହ୍ନରେ ବଳରାମପୁର ସର୍କଲ-୧ର ଆରଆଇ ସୁନୀଲ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବାର ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe