ଜିଲ୍ଲାରେ ଆବାସ ଯୋଜନା ଦୁର୍ନୀତି: ତଦନ୍ତ ପରେ ୨୯୪୦ ଅଯୋଗ୍ୟ ପ୍ରମାଣିତ

Advertisment

୫୭୧୬ଟି ଘର ସଂକ୍ରାନ୍ତ ଅଭିଯୋଗ ଆସିଥିଲା

୫୭୧୬ଟି ଘର ସଂକ୍ରାନ୍ତ ଅଭିଯୋଗ ଆସିଥିଲା

ବିଧାନସଭାରେ ଉଠିଲା ଆବାସ କେଳେଙ୍କାରୀ

Amar Ujala

ନୟାଗଡ଼ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)ରେ ନୟାଗଡ଼ ଜିଲ୍ଲା ନିମନ୍ତେ ୧୯ ହଜାର ୧୧୯ଟି ଘର ମଞ୍ଜୁର ହୋଇ ସମାନ ସଂଖ୍ୟକ ସାମ୍ଭାବ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ଏହି ସାମ୍ଭାବ୍ୟ ତାଲିକାରେ ଥିବା ଅଯୋଗ୍ୟ ପରିବାର ନାମରେ ଅଭିଯୋଗ ଆହ୍ବାନ କରାଯାଇଥିଲାବେଳେ ସମୁଦାୟ ୫୭୧୬ଟି ଅଭିଯୋଗ ଆସିଥିଲା। ପ୍ରଶାସନ ପକ୍ଷରୁ ଆସିଥିବା ଅଭିଯୋଗଗୁଡ଼ିକର ତଦନ୍ତ ଜାନୁଆରି ୨୯ସୁଦ୍ଧା ଶେଷ କରାଯାଇଥିଲା।

ଜିଲ୍ଲା ପରିଷଦ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଅଭିଯୋଗ ମଧ୍ୟରୁ ତଦନ୍ତ ପରେ ୨୯୪୦ ଜଣ ସାମ୍ଭାବ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ମୁତାବକ ଏମାନେ ଘର ପାଇବାକୁ ଯୋଗ୍ୟ ନୁହନ୍ତି। ଏମାନେ ଥିଲାବାଲା ଶ୍ରେଣୀ‌ରେ ଯାଉଥିବା ବୁଝାପଡ଼ୁଛି। ଆଜି ବିଭିନ୍ନ ପଞ୍ଚାୟତରେ ଏନେଇ ଗ୍ରାମସଭାରେ ସୂଚନା ପ୍ରଦାନ କରାଯାଇଛି। ତେବେ ଅଯୋଗ୍ୟ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନରେ ନୂତନ ‌ଲୋକ ବା ଯେଉଁମାନେ ଘର ନିମନ୍ତେ ଆବେଦନ କରିଛନ୍ତି, ସେମାନଙ୍କୁ ସୁଯୋଗ ମିଳିବ କି ନାହିଁ, କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ସୂଚନା ଆସିନାହିଁ। ଏହାକୁ ନେଇ ପ୍ରଶାସନଠାରୁ ଆରମ୍ଭ କରି ଘର ଆଶାୟୀ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe