‘ମୋ ସରକାର’ରେ ସାମିଲ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ

Advertisment

ନାଗରିକ ମାଲିକ, ଏକଥା ମନେରଖ - ମୁଖ୍ୟମନ୍ତ୍ରୀ

ନାଗରିକ ମାଲିକ, ଏକଥା ମନେରଖ - ମୁଖ୍ୟମନ୍ତ୍ରୀ

‘ମୋ ସରକାର’ରେ ସାମିଲ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ବର : ପ୍ରତ୍ୟେକ ନାଗରିକ ହେଉଛନ୍ତି ମାଲିକ। ଉତ୍ତମ ସେବା ଯୋଗାଇବା ପ୍ରତ୍ୟେକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଗୁରୁ ଦାୟିତ୍ବ। ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ 'ମୋ ସରକାର' କାର୍ଯ୍ୟକ୍ରମରେ ସାମିଲ କରିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବା ଅବସରରରେ ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଆଶା ପୂରଣ କରିବାରେ ବିଭାଗ ଯଥାରୀତି ସଫଳତା ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ବିଭାଗ ମୋ ସରକାରରେ ସାମିଲ ହୋଇଯିବ। ଦ୍ରୁତ ସହରୀକରଣ ସହ ତାଳ ଦେଇ ଆଧୁନିକ ଭିତ୍ତିଭୂମି ଓ ସହରାଞ୍ଚଳରେ ସୁବିଧା ସୁଯୋଗ ପହଞ୍ଚାଇବା ନେଇ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରୁଛି। ଏ ଦିଗରେ ସରକାର ଲୋକଙ୍କ ଆଶାବିଶ୍ବାସ ମୁତାବକ ଆଗେଇ ଚାଲିଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ସହରାଞ୍ଚଳ ବାସିନ୍ଦାଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ହେଉକି ଜାଗା ମିସନ ଜରିଆରେ ଭୂମି ହୀନଙ୍କୁ ଜମି ପଟ୍ଟା ପ୍ରଦାନରେ ସରକାରଙ୍କୁ ସଫଳତା ମିଳିଛି। ୫୦ ହଜାର ପରିବାରକୁ ଜମି ପଟ୍ଟା ପ୍ରଦାନ କରାଯାଇଥିବାରୁ ନିକଟରେ ଜାଗା ମିସନ କାର୍ଯ୍ୟକ୍ରମକୁ ଵର୍ଲଡ୍‌ ହାବିଟାଟ୍‌ ଆଵାର୍ଡ଼ ମିଳିଛି। ଭୁବନେଶ୍ବରରେ ପ୍ରଥମ କରି କାର୍ଯ୍ୟକାରୀ ହେଉଥିବା ଦ ଡ୍ରିଙ୍କ୍‌ ଫ୍ରମ୍‌ ଟାପ୍‌ ମିସନ୍‌ ଏହି ବିଭାଗର ବଡ଼ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ବିଭାଗ ଆବଶ୍ୟକ କ୍ଷମତା ବୃଦ୍ଧି କରିବା ସହ ମୋ ସରକାରରେ ସାମିଲ ହେବା ପରେ ଲୋକଙ୍କୁ ଆହୁରି ତ୍ବରିତ୍ ସେବା ପ୍ରଦାନ କରିବାରେ ସଫଳ ହେବ।

ଏହି ଉପଲକ୍ଷେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ବିଭାଗ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସବୁ ଆହ୍ବାନକୁ ସାମନାକୁ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏଥିପାଇଁ ସାଧାରଣ ଲୋକଙ୍କ ଅଭିଯୋଗ ଓ ମତାମତ ପାଇଁ ବିଭାଗ ପକ୍ଷରୁ 'ମୋ ସରକାର' ସେଲ୍‌ କାର୍ଯ୍ୟକ୍ଷମ କରାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ବିଭାଗର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ଅବସରରେ '୫ଟି' ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍ ବିଭିନ୍ନ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମୋ ସରକାର କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ। ଏ ନେଇ ପାଟଣାଗଡ଼, ରାଇରଙ୍ଗପୁର, ବଣାଇ, ରାଜଗାଙ୍ଗପୁର, ଆଠମଲ୍ଲିକ, ତାଳଚେର, ଜୟପୁର ଏବଂ କବିସୂର୍ଯ୍ୟନଗର ପୌରନିଗମ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଶ୍ରୀ ପାଣ୍ଡିଆନ୍ ପ୍ରଶ୍ନ ପଚାରି ଲୋକଙ୍କ ଆପତ୍ତି ଅଭିଯୋଗର ପ୍ରତିବିଧାନ ନେଇ ପରାମର୍ଶ ଦେଇଥିଲେ। ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନ୍‌ କହିଥିଲେ ଯେ, ମୋ ସରକାର କାର୍ଯ୍ୟକ୍ରମ ପାଇଁ ୩୪୩ଟି କାର୍ଯ୍ୟାଳୟର ୫୦୦ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe