ଟେଷ୍ଟ ରନ୍‌ରେ ସଫଳ ହୋଭର୍‌ କ୍ରାଫ୍ଟ : ଖୁବ୍‌ଶୀଘ୍ର ବସିବେ ପର୍ଯ୍ୟଟକ

ଟେଷ୍ଟ ରନ୍‌ରେ ସଫଳ ହୋଭର୍‌ କ୍ରାଫ୍ଟ : ଖୁବ୍‌ଶୀଘ୍ର ବସିବେ ପର୍ଯ୍ୟଟକ

ପୁରୀ : ଗତକାଲି ପୁରୀରେ ହୋଭର କ୍ରାଫ୍‍ଟ ପହଞ୍ଚିବା ପରେ ଆଜି ଟେଷ୍ଟ ରନ୍‌ ହୋଇଛି। ରାଜଭବନ ପଛପଟ ସମୁଦ୍ରରେ ଅପରାହ୍ନ ୩ଟାରେ ଏହାର ଟେଷ୍ଟ ରନ୍‍ କରାଯାଇଛି। ସଫଳତାର ସହ ଏହି କ୍ରାଫ୍‍ଟ ପାଣି ଓ ବାଲିରେ ଚାଲିଛି। ଶୀତ ପଡ଼ିବା ପରେ ଏହା ପାଖାପାଖି ଗୋଟିଏ କିଲୋମିଟର ଦୂର ସମୁଦ୍ରକୁ ଯାଇପାରିବ ବୋଲି ଜଣାପଡ଼ିଛି। ଅକ୍ଟୋବର ଶେଷ ସୁଦ୍ଧା ଏଥିରେ ପର୍ଯ୍ୟଟକ ବସିବାର ସୁଯୋଗ ନେବେ ବୋଲି କହିଛନ୍ତି ପୁରୀ ହୋଭର କ୍ରାଫ୍‍ଟ ପ୍ରକଳ୍ପର ସତ୍ତ୍ୱାଧିକାରୀ କମଳେନ୍ଦୁ ଦେ’। ଏହାକୁ ଚଲାଇବା ପାଇଁ ବାଲି ନୋଳିଆ ସାହିର ଜି. ସହଦେବଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷକ ରାଜୀବ କୋତ୍‍ଓ୍ଵାଲ ତାଙ୍କୁ ଏହି ପ୍ରଶିକ୍ଷଣ ଦେଉଛନ୍ତି। ପ୍ରଶିକ୍ଷଣ ପାଇବା ପରେ ସେ ଏହି ଯାନକୁ ଚଳାଇବେ। ସାଧାରଣ ସ୍ପିଡ ବୋଟ୍‍ ଓ ଜେଟ୍‍ ସ୍କି ଠାରୁ ଏହାକୁ ଚଳାଇବା ଭିନ୍ନ ହୋଇଥିବାରୁ ଏଥିପାଇଁ ୪ରୁ ୫ ଦିନ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ପ୍ରଥମ ଥର ପାଇଁ ଓଡ଼ିଶା ଉପକୂଳରେ ଏଭଳି ଏକ ଯାନ ଚାଲିବାକୁ ଯାଉଥିବାରୁ ଏଥିପାଇଁ ପ୍ରଥମ ଦିନରେ ପର୍ଯ୍ୟଟକମାନଙ୍କର ଆଗ୍ରହ ପରିଲକ୍ଷିତ ହୋଇଛି। ଏହା ଚାଲିବା ବେଳେ ମାଟି ବା ପାଣିରୁ ୯ ଇଞ୍ଚ ଉଚ୍ଚରେ ରହୁଥିବାରୁ ଏହା ଏକ ସମୟରେ ପାଣି ଓ ମାଟି ଉପରେ ଚାଲିବାକୁ ସକ୍ଷମ ହେଉଛି। ପ୍ରଶିକ୍ଷକ ରାଜୀବ କହିଛନ୍ତି, ଏହାର ସ୍ୱତନ୍ତ୍ରତା ହେଉଛି ଏହା ପାଣିରେ କୌଣସି ପରିସ୍ଥିତିରେ ବୁଡ଼ିବ ନାହିଁ। କିମ୍ବା ଗୋଟିଏ ପାର୍ଶ୍ୱରେ ଓଜନ ଅଧିକ ରହିଲେ ଓଲଟି ପଡ଼ିବ ନାହିଁ। ଏଣୁ ପର୍ଯ୍ୟଟକ ଏଥିରେ ନିରାପଦ ରହିବେ। କିନ୍ତୁ ସେମାନଙ୍କୁ ସମସ୍ତ ପ୍ରକାରର ଜୀବନରକ୍ଷକ ସରଞ୍ଜାମ ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe