ତୃତୀୟ ଲହର ବେଳକୁ କୋଭିଡ ଖର୍ଚ କମିଲା କେମିତି?

Advertisment

ଦ୍ବିତୀୟ ଲହର ବେଳକୁ ଖର୍ଚ ହୋଇଥିଲା ୮୯୨କୋଟି, ତୃତୀୟ ଲହରରେ ୬୬୮

ଦ୍ବିତୀୟ ଲହର ବେଳକୁ ଖର୍ଚ ହୋଇଥିଲା ୮୯୨କୋଟି, ତୃତୀୟ ଲହରରେ ୬୬୮

କୋଭିଡ ପରବର୍ତୀ ସ୍ବାସ୍ଥ୍ୟ ସମସ୍ୟାର ଅନୁଧ୍ୟାନ ପାଇଁ ଗଠନ ହେଲା କମିଟି

Moneycontrol

ଭୁବନେଶ୍ବର : କରୋନାର ୩ଟି ଲହରରେ କୋଭିଡ ରୋଗୀଙ୍କ ଚିକିତ୍ସା ଓ ଭିତ୍ତିଭୂମି ବାବଦରେ ରାଜ୍ୟ ସରକାର ୬୬୮କୋଟିରୁ ଅଧିକ ଟଙ୍କା ଖର୍ଚ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୭ଟି ଜିଲ୍ଲାର ତଥ୍ୟ ବିଧାନସଭାରେ ଦିଆଯାଇଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ତେବେ କରୋନାର ଦ୍ବିତୀୟ ଲହର ସୁଦ୍ଧା ରାଜ୍ୟ ସରକାର ଭିତ୍ତିଭୂମିକ ଓ ରୋଗୀଙ୍କ ପିଛା ୮୯୨ କୋଟି ଟଙ୍କା ଖର୍ଚ କରିଥିବା ଦର୍ଶାଇଥିଲେ। ହେଲେ ତୃତୀୟ ଲହର ବେଳକୁ ୩ଟି ଜିଲ୍ଲାକୁ ବାଦ୍ ଦେଲେ ଖର୍ଚ ପରିମାଣ ବଢ଼ିବା ପରିବର୍ତେ ଖସି ଆସିଛି। ଶ୍ରୀ ଦାସ ଅବଶିଷ୍ଟ ତଥ୍ୟ ଓ ଅନୁଷ୍ଠାନୱାରୀ ଖର୍ଚର ତଥ୍ୟ ସଂଗ୍ରହ କରାଯାଉଥିବା ସୂଚନା ଦେଇଛନ୍ତି। କୋଭିଡର ତୃତୀୟ ଲହର ବେଳକୁ କୋଭିଡ ଭିତ୍ତିଭୂମି ଓ ଚିକିତ୍ସା ବେଳକୁ ଆହୁରି ୨୨୪ କୋଟି ଟଙ୍କା କମିଥିବା ସରକାରୀ ଖର୍ଚ ହିସାବରେ ଦର୍ଶାଯାଇଛି। ରାଜ୍ୟ ସରକାରଙ୍କୁ ପକ୍ଷରୁ ତୃତୀୟ ଲହର ବେଳକୁ ଖର୍ଚ କମିବା ନେଇ କୌଣସି ପ୍ରକାର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe