‌କୋରାପୁଟରେ ଶିଶୁ ଭିକାରି କେତେ?

Advertisment
‌କୋରାପୁଟରେ ଶିଶୁ ଭିକାରି କେତେ?

Shutterstock

ଭୁବନେଶ୍ବର : ବିଧାୟକ ଏକ ଲିଖିତ ପ୍ରଶ୍ନରେ ପଚାରିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ବହୁ ଶିଶୁ ଭିକ୍ଷାବୃତ୍ତି କରୁଥିବା କଥା ସରକାର ଜାଣନ୍ତି କି? ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଗୃହରେ ରଖାଯିବ କି?

ଏହାର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ଦେଲେ କୋରାପୁଟରେ ଶିଶୁ ଭିକାରି ନାହାନ୍ତି। ଶିଶୁ ଭିକାରି ଚିହ୍ନଟ ହେଲେ ସେମାନଙ୍କ ପୁନର୍ବାସ ପାଇଁ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଜୟପୁର ବିଧାୟକ କହୁଛନ୍ତି କୋରାପୁଟରେ ବହୁ ଶିଶୁ ଭିକାରୀ, ହେଲେ ସରକାର କହୁଛନ୍ତି ଶିଶୁ ଭିକାରି ନାହାନ୍ତି। ପ୍ରକୃତରେ କୋରାପୁଟରେ ଶିଶୁ ଭିକାରି କେତେ ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ‌ମାତ୍ର ୨୪ଜଣ ଶିଶୁ ଭିକାରି ଅଛନ୍ତି। ଏଥିରୁ ୨୩ଜଣ ଖୋର୍ଦ୍ଧା ଜିଲ୍ଲାରେ ଥିବାବେଳେ ରାୟଗଡ଼ାରେ ଜଣେ ଅଛନ୍ତି। ଆଉ କୌଣସି ଜିଲ୍ଲାରେ ଶିଶୁ ଭିକାରି ନାହାନ୍ତି। ରାଜ୍ୟକୁ ଭିକାରିମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସହାୟ’ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଭିକାରିମାନଙ୍କର ଚିହ୍ନଟ, ଶିକ୍ଷା, ପ୍ରଶିକ୍ଷଣ ଏବଂ ପୁନର୍ବାସ ଇତ୍ୟାଦି କାର୍ଯ୍ୟକ୍ରମ ନେବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe