ଉଚ୍ଚ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ : ୬୦୦ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ସଙ୍ଗରୋଧ କେନ୍ଦ୍ର

Advertisment
ମାତୃଭାଷାରେ ଦିଆଯିବ ବୈଷୟିକ ଶିକ୍ଷା ; କେନ୍ଦ୍ର ସରକାର ଗଠନ କଲେ ଟାସ୍କଫୋର୍ସ

Zee News

ଭୁବନେଶ୍ବର : ଦେଶରେ ୪୫ ହଜାରରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନ ରହିଛି। ଯେଉଁଥିରେ ଏକ ହଜାରରୁ ଅଧିକ ବିଶ୍ବବିଦ୍ୟାଳୟ ରହିଥିବା ବେଳେ ୪୩ ହଜାରରୁ ଅଧିକ କଲେଜ ରହିଛି। ସେଥିମଧ୍ୟରୁ ୬୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। କରୋନା ଲଢ଼େଇରେ ଏହି ଶିକ୍ଷାନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟଲ ‘ନିଶଙ୍କ’ ଧନ୍ୟବାଦ ଜଣାଇଛନ୍ତି।

ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ଆସେସମେଣ୍ଟ ଓ ଆକ୍ରିଡିଏସନ କାଉନସିଲ(ନାକ୍‌) ଦ୍ବାରା ଆୟୋଜିତ ୱେବିନାର ଜରିଆରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିୟଲ ଆଜି ଦେଶର ୪୫ ହଜାରରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର କୁଳପତି, ରେଜିଷ୍ଟ୍ରାର, ପ୍ରଫେସର, ଆଇକ୍ୟୁଏସି ମୁଖ୍ୟ, ଅଧ୍ୟକ୍ଷ ଓ ଅଧ୍ୟାପକ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଲକ୍‌ଡାଉନ୍‌ ପରିସ୍ଥିତିକୁ ଏକ ସୁଯୋଗ ଭାବେ ଗ୍ରହଣ କରି ଆଗକୁ ବଢ଼ିବାକୁ ହେବ। ଶିକ୍ଷାବିତ୍‌, ଛାତ୍ରଛାତ୍ରୀ, ଅଭିଭାବକ ଅନ୍‌ଲାଇନ ଶିକ୍ଷାକୁ ଉପଯୋଗ କରିବାକୁ ହେବ। ଫଳରେ ଚଳିତ ଶିକ୍ଷାବର୍ଷରେ ସୃଷ୍ଟି ହୋଇଥିବା ସମସ୍ୟା ଦୂର ହୋଇପାରିବ। ବର୍ତ୍ତମାନ ସମୟରେ ଅନଲାଇନ ଶିକ୍ଷାଦାନର ଇକୋ-ସିଷ୍ଟମ ବିକଶିତ କରିବାର ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳରେ ଅନ୍‌ଲାଇନ ଶିକ୍ଷାଦାନ ପହଞ୍ଚାଇବା ନିମନ୍ତେ ଶିକ୍ଷାବିତ୍‌ମାନେ ପ୍ରୟାସ କରିବା ଉଚିତ।

ଆଲୋଚନା ସମୟରେ ଶିକ୍ଷାବିତଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଶିକ୍ଷାବର୍ଷ, ଅନ୍‌ଲାଇନ ଶିକ୍ଷା, ପରୀକ୍ଷା, ଶୁଳ୍କ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ, ସମସ୍ୟା, ଫେଲୋସିପ, ନିଟ୍‌, ପ୍ରବେଶିକା ପରୀକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇଥିଲେ। ନାକ୍‌ ମାନ୍ୟତା ପ୍ରକ୍ରିୟାରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଅଂଶ ଗ୍ରହଣ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। କୋଭିଡ୍‌-୧୯ କାରଣରୁ ସୃଷ୍ଟି ହୋଇଥିବା ସ୍ବତନ୍ତ୍ର ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଖସଡ଼ା ଓ ପରୀକ୍ଷା ସଂକ୍ରାନ୍ତରେ ଯେକୌଣସି ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ସମସ୍ତ ବିଶ୍ବବିଦ୍ୟାଳୟକୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ୟୁଜିସି ଓ ଏନ୍‌ସିଇଆର୍‌ଟି ଦ୍ବାରା ଏକ ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡି ପି ସିଂ, ନାକ ଇସି ଅଧ୍ୟକ୍ଷ ପ୍ରଫେସର ବୀରେନ୍ଦ୍ର ଏସ୍‌ ଚୌହାନ, ନାକ୍‌ ନିର୍ଦ୍ଦେଶକ ପ୍ରଫେସର ଏସ୍‌ସି ଶର୍ମା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe