ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା: ତଦନ୍ତ ଦାୟିତ୍ୱ ମାନବଧିକାର ସୁରକ୍ଷା ସେଲ୍‌କୁ ହସ୍ତାନ୍ତର

Advertisment
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା: ତଦନ୍ତ ଦାୟିତ୍ୱ ମାନବଧିକାର ସୁରକ୍ଷା ସେଲ୍‌କୁ ହସ୍ତାନ୍ତର

ରାଉରକେଲା: ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ (୩୫)ଙ୍କ ସନ୍ଦେହଜନକ ମୃତ୍ୟ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର ମାନବଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି)କୁ ହସ୍ତାନ୍ତର କରାଯାଇଛି। ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଡିଏସପି ପାହ୍ୟାର ଜଣେ ଅଧିକାରୀ ମୃତ୍ୟୁ ଘଟଣାର ତଦନ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସେନସୋରୀ ପାର୍କ ପୋଖରୀରୁ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାଣିରେ ବୁଡି ଶ୍ୱାସରୁଦ୍ଧ ହୋଇ ମୃତ୍ୟବରଣ କରିଥିଵା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଜଣାପଡିଥିଲା। କିନ୍ତୁ ପରିବାର ଲୋକେ ଏଥିରେ ସନ୍ତୋଷ ପ୍ରକାଶ ନକରି ଘଟଣାର ଅଧିକ ତଦନ୍ତ ପାଇଁ ଦାବି କରିଥିଲେ। ଏଚ୍‌ଆରପିସିକୁ ମାମଲା ଯିବା ପରେ ସୁସ୍ମିତାଙ୍କ ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ନେଇ ଆଶା କରାଯାଇଛି ।

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ପାଇଁ ସୁନ୍ଦରଗଡ଼ ଆଦିବାସୀ ଜିଲ୍ଲା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା । ଶତାଧିକ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe