କଲାମ ଦ୍ବୀପରୁ ‘ଏଚ୍‌ଏସ୍‌ଟିଡିଭି’ର ପରୀକ୍ଷା

କଲାମ ଦ୍ବୀପରୁ ‘ଏଚ୍‌ଏସ୍‌ଟିଡିଭି’ର ପରୀକ୍ଷା

ବାଲେଶ୍ବର/ଚାନ୍ଦବାଲି : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନୂଆନୂଆ କୀର୍ତିମାନ ସ୍ଥାପନ କରୁଥିବା ବେଳେ ଆଜି ଡିଆର୍‌ଡିଓ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହାଇପର ସୋନିକ୍‌ ଟେକ୍ନୋଲୋଜି ଡେମ୍‌ନଷ୍ଟ୍ରେଟର ଭେଇକଲ୍‌ (ଏଚ୍‌ଏସ୍‌ଟିଡିଭି)ର ସଫଳ ପରୀକ୍ଷା ହୋଇଛି। ଅବଦୁଲ କଲାମ ଦ୍ବୀପ ସ୍ଥିତ ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଆଜି ଦିନ ୧୧ଟା ୨୭ ମିନିଟ୍‌ ସମୟରେ ଏହାର ପରୀକ୍ଷା କରାଯାଇଛି।

ପରୀକ୍ଷା ସମୟରେ ଭାରତୀୟ ପ୍ରତିରକ୍ଷା ବିଭାଗ ସଚିବଙ୍କ ସମେତ ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ଭବିଷ୍ୟତରେ ଟିଡିଭିକୁ ଦୂରଗାମୀ ହାଇପର ସୋନିକ୍‌ ମିସାଇଲ୍‌ରେ ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଏହା ଶଦ୍ଦର ବେଗଠାରୁ ୪ ଗୁଣ ଅଧିକ ବେଗରେ ଗତି କରିବା ସହ ଟାର୍ଗେଟ୍‌ ପୂରା କରିପାରିବ। ତେବେ ଏହି କ୍ରମରେ ଆଜିର ପରୀକ୍ଷା ପ୍ରଥମ ବୋଲି କୁହାଯାଇଛି। ପରବର୍ତୀ ସମୟରେ ଏନେଇ ଆହୁରି ଅନେକ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଟିଡିଭି ସିଷ୍ଟମ ସଂପୂର୍ଣ୍ଣ ସଫଳ ହେଲେ, ଏହା କେବଳ ସୁପରସୋନିକ କ୍ରୁଜ୍‌ ମିସାଇଲ୍‌ରେ ବ୍ୟବହାର ହେବନାହିଁ ବରଂ କମ୍‌ ଖର୍ଚରେ ମହାକାଶକୁ ସାଟେଲାଇଟ୍‌ ପ୍ରେରଣ ତଥା ଅନ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳର କାର୍ଯ୍ୟକାରିତା ଦିଗରେ ମଧ୍ୟ ବେଶ୍‌ ସହାୟକ ହୋଇପାରିବ।

ତେବେ ଟିଡିଭିକୁ ନେଇ ରଖାଯାଉଥିବା ଲକ୍ଷ୍ୟ ପୂରା ହୋଇପାରିଲେ ପ୍ରସ୍ତୁତ ହେବାକୁ ଥିବା ମିସାଇଲ୍‌ର ଅଧିକାରୀ ହେବାରେ ଆମେରିକା ପରେ ଭାରତ ପୃଥିବୀର ଦ୍ବିତୀୟ ଦେଶ ହେବ ବୋଲି ଆଇଟିଆର୍‌ ନିର୍ଦେଶକ ଡ. ବିନୟ କୁମାର ଦାସ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe